Latest Odisha News

BREAKING NEWS

ପୱନଦୀପ ରାଜନଙ୍କ ଭଉଣୀ ବାହାଘରରେ ଯୋଗଦେଲେ ଅରୁଣିତା କାଞ୍ଜିଲାଲ ,ଫଟୋ ଭାଇରାଲ

ମୁମ୍ୱାଇ : ଇଣ୍ଡିଆନ ଆଇଡଲ ୧୨ର ବିଜେତା ପୱନଦୀପ ରାଜନଙ୍କ ଭଉଣୀ ବାହାଘରରେ ଯୋଗଦେଲେ ଅରୁଣିତା କାଞ୍ଜିଲାଲ ।ଏହି ୱଡିଂ ସେରିମନିରେ ଅରୁଣିତା ଯୋଗଦେଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅରୁଣିତା ଏହି ବାହାଘରରେ ପହଁଞ୍ଚି ସବୁ ରୀତିନୀତିରେ ସାମିଲ ହୋଇଥିଲେ ।

ଅରୁଣିତା ପୱନଙ୍କ ଭଉଣୀଙ୍କୁ ହଳଦୀ ଲଗାଉଥିବାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପଓନଦୀପ ଭଉଣୀଙ୍କ ବିବାହ ତାଙ୍କ ହୋମଟାଉନ ଚମ୍ପାବତୀରେ ହେଉଥିଲା ।

ସୂଚନା ଅନୁସାରେ ଆଗରୁ ଇଣ୍ଡିଆନ ଆଇଡଲ ସୋ ଚାଲୁଥିବା ସମୟରେ ଅରୁଣିତା ଓ ପୱନଦୀପ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।ଉଭୟଙ୍କୁ ମଧ୍ୟ ସବୁବେଳେ ଏକାଠି ଦେଖିବାକୁ ମିଳିଥିଲା । ହେଲେ ପୁଣି ପୱନଦୀପ ରାଜନଙ୍କ ଭଉଣୀଙ୍କ ବାହାଘରରେ ଅରୁଣିତାଙ୍କୁ ଦେଖିବାକୁ ମିଳିଛି। ।

 

Comments are closed, but trackbacks and pingbacks are open.