Latest Odisha News

BREAKING NEWS

କରୋନା ନେଲା ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ

ରାୟଗଡ଼ା: କରୋନା କବଳରେ କୋଭିଡ୍ ଯୋଦ୍ଧା । ରାଜ୍ୟରେ କରୋନା ମହାମାରୀ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଜୀବନ ନେଇ ଚାଲିଛି । କରୋନାରେ ରାୟଗଡ଼ା ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ବେଙ୍ଗଳୁରୁରେ ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ମଙ୍ଗରାଜଙ୍କ ଦେହାନ୍ତ ହୋଇଛି ।

ଦୈନିକ ପ୍ରଗତିବାଦୀ, ସମୟ ଓ ଧରିତ୍ରୀର ଜିଲ୍ଲା ପ୍ରତିନିଧି ଭାବେ ଶରତ ଚନ୍ଦ୍ର ମଙ୍ଗରାଜ କାର୍ଯ୍ୟ କରିଥିଲେ । ଶ୍ରୀ ମଙ୍ଗରାଜ ପୂର୍ବରୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ଗତ ୨ ଦିନ ତଳେ ସାମାନ୍ୟ ଜର ହେବାରୁ ସେ କରୋନା ପରୀକ୍ଷା କରାଇଥିଲେ । ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀ ମଙ୍ଗରାଜ ଜଣେ ନିଷ୍ଠାବାନ, କର୍ମପରାୟଣ, ସଚ୍ଚୋଟ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକମାନଙ୍କ ସହ ବିଭିନ୍ନ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.