ଭୁବନେଶ୍ୱର: ଇଂଲଣ୍ଡର ସାଉଥାମ୍ପଟନରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ କ୍ରିକେଟର ଫାଇନାଲର ମ୍ୟାଚ । ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ଆମ୍ନା ସାମ୍ନା ହେବେ । ନ୍ୟୁଜିଲାଣ୍ଡ ଫର୍ମ ଏବଂ ଆଇସିସି ଇଭେଂଟରେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ ଯୋଗୁ ସେମାନଙ୍କ ପଲା ମାନସିକସ୍ତରରେ କିଛି ମାତ୍ରାରେ ଭାରୀ ରହିଛି । ବିରାଟ କୋହଲିଙ୍କ ଆଟାକିଂ ଶୈଳୀ ନେତୃତ୍ୱ ଏବଂ କେନ ୱିଲିୟମସନଙ୍କ ଡିଫେନ୍ସିଭ ଷ୍ଟାଇଲ ମଧ୍ୟରେ ବିଜୟ କାହାର ହେବ ସେ ନେଇ ଉତ୍କଣ୍ଠା ରହିଛି ।
ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂ ଭାରତକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ କୋହଲି ୧୨ ଇନିଂସରେ ୨୮୮ ରନ କରି ସେଭଳି ଆଖି ଦୃଶିଆ ଫର୍ମରେ ନାହାନ୍ତି । ରିଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଭାରତର ଏକ୍ସ ଫ୍ୟାକ୍ଟର ଭାବେ ବିବେଚନା କରାଯାଉଛି । ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରା ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଦଳ ପାଇଁ ଟ୍ରମ୍ପ କାର୍ଡ ସାଜିବେ । ନ୍ୟୁଜିଲାଣ୍ଡର ଟପ ବ୍ୟାଟ୍ସମ୍ୟାନ ୱିଲିୟମସନ, ଟମ ଲାଥାମ ଏବଂ ରସ ଟେଲରଙ୍କ ବିପକ୍ଷରେ ଅଶ୍ୱିନୀଙ୍କ ପ୍ରଦର୍ଶନ ଭଲ ରହିଛି ।
ଅପରପକ୍ଷରେ ଯଦି ଏଠାରେ ମେଘୁଆ ପାଗ ରହେ ତାହାହେଲେ ନ୍ୟୁଜିଲାଣ୍ଡର କାୟଲ ଜେମିସନ, ଟ୍ରେଂଟ ବୋଲ୍ଟ ଓ ଟିମ ସୌଥୀ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନିଶ୍ଚିତ ଭାବେ ଅସୁବିଧାରେ ପକାଇବେ । ୱିଲିୟମସନ, ଟମ ଲାଥାମ ଏବଂ ହେନେରୀ ନିକୋଲସଙ୍କୁ ଯଦି ଭାରତୀୟ ବୋଲର ଶସ୍ତାରେ ପ୍ୟାଭିଲିୟନ ଫେରାଇ ଦିଅନ୍ତି ତାହାହେଲେ ଟିମ୍ ଇଣ୍ଡିଆ ମ୍ୟାଚକୁ କବଜା କରିପାରିବ ।
ସମ୍ଭାବ୍ୟ ଏକାଦଶ
ଭାରତ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀ. ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା ।
ନ୍ୟୁଜିଲାଣ୍ଡ: ଡେଭନ କନୱେ, ଟମ ଲାଥାମ, କେନ ୱିଲିୟମସନ (ଅଧିନାୟକ), ରସ ଟେଲର, ହେନେରୀ ନିକୋଲ, ବିଜେ ୱାଟଲିଂ, କଲିନ ଡେ ଗ୍ରାଣ୍ଡହୋମ, କାୟଲ ଜେିମସନ, ଟିମ ସୌଥୀ, ମାଟ୍ଟ ହେନେରୀ, ଟ୍ରେଂଟ ବୋଲଟ ।
BREAKING NEWS
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ
- ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…
- ପୁରୁଷ ହକିରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ, ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ
- Shingles: କେବଳ ଚର୍ମ ରୋଗ ନୁହେଁ, ହୃଦୟ ଓ ମସ୍ତିଷ୍କକୁ କରିପାରେ ଆଟାକ୍
- ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସମାପ୍ତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
- ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର
- ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…
- ସଲମାନଙ୍କ ‘ମାତୃଭୂମି’କୁ ଗ୍ରୀନ ସିଗନାଲ୍, ଦୀୱାଲି ପରେ ରିଲିଜ୍ ପ୍ଲାନ୍
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ

Comments are closed.