Latest Odisha News

BREAKING NEWS

କିନ୍ନରଙ୍କୁ ସହାୟତାର ହାତ ବଢାଇଲେ ମୀରା ପରିଡା

ଭଦ୍ରକ: କରୋନା ମହାମାରୀ ଭଳି ସ୍ଥିତିରେ କିନ୍ନରଙ୍କ ସୁଃଖଦୁଃଖ ବୁଝିବାକୁ ଭଦ୍ରକରେ ପହଂଚିଥିଲେ ଓଡିଶା କିନ୍ନର ସଂଘର ସଭାପତି ମୀରା ପରିଡା । ରେଳବାଇ ମେଡିକାଲରେ ପହଂଚିବା ପରେ ମୀରାଙ୍କୁ ଫୁଲତୋଡା ଦେଇ କିନ୍ନରମାନେ ସ୍ୱାଗତ କରିଥିଲେ ।

ଭଦ୍ରକରେ ଥିବା ସମୟରେ ମୀରା ନିଜ ସଙ୍ଗଠନର ସଦସ୍ୟାଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଏଥିସହ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଏବଂ ସଚେତନ ରହିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କରୋନା ମହାମାରୀରେ କିନ୍ନରମାନେ ରୋଜଗାର ହରାଇଥିଲେ । ଏହି ସମୟରେ ସଖା ଓ ଏଚ୍ ଆର୍ ଏଲ୍ ଅନଂ ସଂସ୍ଥା ସେମାନଙ୍କୁ ସାହା ହୋଇଥିଲା । ଏଥିପାଇଁ ମୀରା ପରିଡା ଦୁଇଟି ସ୍ୱେଚ୍ଛାସେବୀ ସଙ୍ଗଠନକୁ ଧନ୍ୟବାଦ ଜଣାଇଥିଲେ । ଶେଷରେ କିନ୍ନରଙ୍କ ସମସ୍ୟା ବୁଝି ସେମାନଙ୍କୁ ୧୫ ଦିନ ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ ରିଥିଲେ ମୀରା ପରିଡା ।

Leave A Reply

Your email address will not be published.