Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଆସନ୍ତୁ ଜାଣିବା ଫାଇନାଲ ପ୍ରବେଶ ପାଇଁ ଭାରତକୁ କେତୋଟି ମ୍ୟାଚରେ ଜିତିବା ଜରୁରୀ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ନିକଟରୁ ପ୍ରଥମ କ୍ରିକେଟ ଟେଷ୍ଟ ହାରିବା ପରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିପାରିବ କି ନାହିଁ ସେ ନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡିଛନ୍ତି । ଭାରତ ଏବେ ବି ଡବ୍ଲ୍ୟୁଟିସି ପଂଏଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ୧୨ଟି ମ୍ୟାଚରୁ ୮ଟି ବିଜୟ, ୩ ପରାଜୟ ଓ ଗୋଟିଏ ଡ୍ର ସହ ଟିମ ଇଣ୍ଡିଆ ୯୮ ପଂଏଟ ଏବଂ ୬୮.୦୬ ଅଙ୍କ ପ୍ରତିଶତ ହାସଲ କରିଛି । ଅଷ୍ଟ୍ରେଲିଆ ୬୨.୫୦ ପ୍ରତିଶତ ସହ ଦ୍ୱିତୀୟ ଓ ଶ୍ରୀଲଙ୍କା ୫୫.୫୬ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । ଟିମ ଇଣ୍ଡିଆକୁ ସହଜରେ ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ୫ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ଭାରତ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଏବଂ ଅଷ୍ଟ୍ରେଲିଆ ବିରୋଧରେ ୫ଟି ଟେଷ୍ଟ ଖେଳିବ । ୭ଟି ମ୍ୟାଚରୁ ୫ ଜିତିବା ଅବଶ୍ୟ ଏତେଟା ସହଜ ନୁହେଁ ।

ଅନ୍ୟ ଅର୍ଥରେ ଭାରତକୁ ଅନ୍ୟ ଦେଶମାନଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲା ଉପରେ ନିର୍ଭର କରିବାକୁ ପଡିବ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତେବେ ଘରୋଇ ପରିବେଶରେ ବାକି ୨ଟି ମ୍ୟାଚ ଜିତିବା ଟିମ ଇଣ୍ଡିଆ ପାଇଁ ଜରୁରୀ ହୋଇ ପଡିଛି । ସେହିପରି ଭାରତକୁ ଏବେ ବାକିଥିବା ମ୍ୟାଚରେ ୨ରୁ ଅଧିକ ଯେପରି ପରାଜୟ ନ କରିବାକୁ ପଡେ ସେଥିପ୍ରତି ଯତ୍ନବାନ ହେବାକୁ ପଡିବ । ଅନ୍ୟଥା ଫାଇନାଲରେ ପ୍ରବେଶ କରିବା କାଠିକର ପାଠ ହୋଇଯିବ ।

Leave A Reply

Your email address will not be published.