ନୂଆଦିଲ୍ଲୀ: ବକ୍ସିଂ ଡେ ଟେଷ୍ଟରେ ଇଂଲଣ୍ଡ ୪ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଆଶେସ ହାତଛଡା କରିଥିଲେ ମଧ୍ୟ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପ୍ରବେଶ ପାଇଁ ଏହି ବିଜୟ ଦଳକୁ ଫାଇଦାରେ ରଖିଛି । ଶୀର୍ଷ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୧୦୦ ରହିଥିବା ବେଳେ ଏବେ ଏହା ୮୫.୭୧କୁ ଖସି ଆସିଛି । ନ୍ୟୁଜିଲାଣ୍ଡ ୭୭.୭୮ ଓ ଦକ୍ଷିଣ ଆଫ୍ରିକା ୭୫ ପ୍ରତିଶତ ସହ ଦ୍ୱିତୀୟ ଓ ତୃତୀୟ ସ୍ଥ୍ାନରେ ରହିଛନ୍ତି । ସେହିପରି ଶ୍ରୀଲଙ୍କା ୬୬.୬୭ ପ୍ରତିଶତ ସହ ୪ର୍ଥ ସ୍ଥାନ ରହିଛି । ଭାରତର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ୫୦ ପ୍ରତିଶତ ସହ ୫ମ ସ୍ଥାନ ହାସଲ କରିଛି ।
ଭାରତ ୪୮.୧୫ ଓ ଇଂଲଣ୍ଡ ୩୫.୧୯ ପ୍ରତିଶତ ରହ ୬ଷ୍ଠ ଏବଂ ୭ମ ସ୍ଥାନରେ ରହିଛି । ବାଂଲାଦେଶ(୧୬.୬୭) ଓ ୱେଷ୍ଟଇଣ୍ଡିଜ(୪.୧୭) ଯଥାକ୍ରମେ ୯ମରୁ ୧୦ମ ସ୍ଥାନରେ ରହିଛନ୍ତି । ତେବେ ଭାରତ ଓ ଇଂଲଣ୍ଡ ଅନ୍ୟ ଦେଶ ତୁଳନାରେ ଅଧିକ ମ୍ୟାଚ ଖେଳିଛନ୍ତି । ଯାହା ଫଳରେ ସେମାନଙ୍କ ଫାଇନାଲ ପ୍ରବେଶ ଆଶା ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି । ବାକି ଥିବା ମ୍ୟାଚଗୁଡିକରେ ସେମାନଙ୍କୁ ପ୍ରାୟ ଅଧିକାଂଶ ମୁକାବିଲାରେ ବିଜୟ ହାସଲ କରିବାକୁ ପଡିବ ।