Latest Odisha News

ଏଲନ ମସ୍କଙ୍କ ଭାରତ ଗସ୍ତ ପୂର୍ବରୁ ଠପ୍ ହେଲା ‘ଏକ୍ସ’ ପ୍ଲାଟଫର୍ମ, ଅପଡେଟ୍ ହେଉନି ଟାଇମଲାଇନ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ପୁଣି ଥରେ ଠପ୍ ହୋଇଯାଇଛି । ଯେଉଁଥିପାଇଁ ‘ଏକ୍ସ’ ବ୍ୟବହାରକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜି ସକାଳ ୧୦ ଟା ୪୧ ରୁ ୟୁଜର୍ସମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୟୁଜର୍ସଙ୍କ ଟାଇମଲାଇନ ଅପଡେଟ୍ ହେଉନାହିଁ କିମ୍ବା ଫିଡ୍ ରିଫ୍ରେସ ହେଉ ନାହିଁ ।

ଏହା ବ୍ୟତୀତ, ୟୁଜର୍ସମାନେ ମଧ୍ୟ କୌଣସି ନୂଆ ପୋଷ୍ଟ ମଧ୍ୟ କରିପାରୁନାହାନ୍ତି । ଆଉଟେଜ୍ କୁ ଟ୍ରାକ୍ କରୁଥିବା ସାଇଟ୍ ଡାଉନଡିଟେକ୍ଟର ମଧ୍ୟ ‘ଏକ୍ସ’ ଠପ୍ ହୋଇଯାଇଥିବା ନେଇ ଜଣାଇଛି । ପ୍ରାୟ ୨ ଶହ ରୁ ଅଧିକ ଲୋକ ଏହି ସାଇଟ୍ ବନ୍ଦ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ।

ଡାଉନଡିଟେକ୍ଟରଙ୍କ ଅନୁଯାୟୀ, ହାଇଦ୍ରାବାଦ, ନୂଆଦିଲ୍ଲୀ, ଜୟପୁର, ଲକ୍ଷ୍ନୌ, ମୁମ୍ବାଇ, ଅହମ୍ମଦାବାଦ ଇତ୍ୟାଦି ଭାରତର ଅନେକ ସହରରେ ‘ଏକ୍ସ’ ସେବା ହ୍ରାସ ପାଇଛି, ଯଦିଓ ଭାରତ ବ୍ୟତୀତ ଅନ୍ୟ ଦେଶରେ ‘ଏକ୍ସ’ ସେବା ଜାରି ରହିଛି ।

ତେବେ ଗତ ଡିସେମ୍ବର ମାସରେ, ‘ଏକ୍ସ’ ସେବା ଠପ୍ ହୋଇଇଥିଲା । ଡିସେମ୍ବର ୨୧ ତାରିଖ ସକାଳ ଠାରୁ ‘ଏକ୍ସ’ ରେ ବ୍ୟବହାରକାରୀମାନେ କୌଣସି ପୋଷ୍ଟ ଦେଖିବାକୁ ସକ୍ଷମ ହୋଇନଥିଲେ । ଏହି ଅସୁବିଧା ଉଭୟ ଭେରିଫାଏଡ ଓ ନନଭେରିଫାଏଡ ୟୁଜର୍ସ ମାନଙ୍କୁ ହେଉଥିଲା । ଯଦିଓ ପ୍ରାୟ ଦେଢ ଘଣ୍ଟା ଧରି ଅଟକି ରହିବା ପରେ ଏକ୍ସ ର ସେବା ଆରମ୍ଭ ହୋଇଥିଲା ।

Comments are closed.