Latest Odisha News

BREAKING NEWS

ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦କୋଟି ଠକେଇ : ଦମ୍ପତ୍ତି ଅଟକ

ଭୁବନେଶ୍ବର : ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦ କୋଟି ଠକେଇ । ଗଞ୍ଜାମ ଆସିକାର ଦମ୍ପତ୍ତିଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନାରେ ଅକ୍ଷୟ ଗୌଡ ଓ ତାଙ୍କ ପତ୍ନୀଙ୍କୁ  ପଚରାଉଚରା କରାଯାଉଛି । ଭୁବନେଶ୍ବରରେ ସମ୍ପୃକ୍ତ ଦମ୍ପତ୍ତିଙ୍କ ନାଁରେ ୬ରୁ ଉର୍ଦ୍ଧ୍ବ ମାମଲା ରହିଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଠକାମୀର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଅଧିକାଂଶ ପୋଲିସ କର୍ମଚାରୀ ଥିବା ସୂଚନା ମିଳିଛି । ଏମାନେ ଶତାଧିକ ସାଧାରଣ ଲୋକଙ୍କୁ ବି ଚୂନା ଲଗାଇଛନ୍ତି ।

୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାର ଦେବାକୁ କହୁଥିଲେ । ୧୦ ଲକ୍ଷ ଟଙ୍କାର କାର ୬ ଲକ୍ଷ, ୧୮ ଲକ୍ଷ ଟଙ୍କାର କାର ୯ ଲକ୍ଷ ଟଙ୍କାରେ ମିଳୁଛି । ଆଉ ବିଭିନ୍ନ କାର ସୋ ରୁମ ଏହି କ୍ଲିୟରାନ୍ଲସ ସେଲ ପାଇଁ ମା ପାଟଖଣ୍ଡ ଅଟୋମୋବାଇଲ୍ସ ପ୍ରାଇଭେଟ ଲିମିଟେଡ ସହ ଚୁକ୍ତି ହୋଇଛି  । ଏହାକୁ ସତ ପ୍ରମାଣିତ କରାଇବାକୁ ଯାଇ କିଛି ଲୋକଙ୍କୁ ନୂଆ କାର ମଧ୍ୟ ଯୋଗାଇ ଦେଇଥିଲେ । ଏହାକୁ ଦେଖି ଅନ୍ୟ ମାନେ ମଧ୍ୟ ଅଗ୍ରୀମ ଟଙ୍କା ଜମା କରିଦେଉଥିଲେ । ଏଭଳି ଭାବେ ସାଧାରଣ ଲୋକଙ୍କୁ ଠକୁଥିଲେ ଠକ ଦମ୍ପତ୍ତି ।

Leave A Reply

Your email address will not be published.