ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ପୂର୍ବତନ ସ୍ପିନର ଜାଭିୟର ଡୋହେର୍ଟି ଅବସର ନେବା ପରେ ବଢ଼େଇ କାର୍ଯ୍ୟ କରି ପେଟ ପୋଷୁଛନ୍ତି । ୨୦୧୭ରୁ ଅବସର ନେବା ପରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡିଲା । ପାଖାପାଖି ବର୍ଷେ ସେ ଅନ୍ୟମାନଙ୍କ ପାଖରେ କାମ କରି କଷ୍ଟମଷ୍ଟେ ପରିବାର ଚଳାଉଥିଲେ ।
ଅଷ୍ଟ୍ରେଲିଆ କ୍ରିକେଟର୍ସ ଆସୋସିଏଶନ ସେ ବଢ଼େଇ କାମ କରୁଥିବାର ଏକ ଫଟୋ ସୋସିଆଲ ସାଇଟରେ ଶେୟାର କରିଥିଲେ । ଏହା ପରେ ପରେ ଅବଶ୍ୟ ଧିରେ ଧିରେ ତାଙ୍କ ପ୍ରତି ଅନ୍ୟମାନେ ସହଯୋଗର ହାତ ବଢ଼ାଇଛନ୍ତି । ଡୋହେର୍ଟି ଅଷ୍ଟ୍ରେଲିଆ ପକ୍ଷରୁ ୪ ଟେଷ୍ଟ, ୬୦ ଦିନିକିଆ ଓ ୧୧ ଟି୨୦ ମ୍ୟାଚ ଖେଳିଛନ୍ତି ।
Comments are closed.