ନୂଆଦିଲ୍ଲୀ: ଭାରତରେ ନୂଆ ଟାବଲେଟ୍ ଲଞ୍ଚ କରିଛି ସାଓମି । ଏହି Xiaomi Pad 7ରେ ଦମଦାର ଫିଚର୍ସ ରହିଛି । ସାଓମି ପ୍ୟାଡ 7ର ୩ ଟି ମଡେଲ ଅଛି । ୮GB RAM + ୧୨୮GB, ୮GB RAM + ୨୫୬GB ଏବଂ ୧୨GB RAM + ୨୫୬GB ରେ ଆସୁଛି । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୨୬,୯୯୯ ଟଙ୍କା ଓ ଅନ୍ୟ ଦୁଇଟି ମଡେଲର ଦାମ୍ କ୍ରମାଗତ ୨୯,୯୯୯ ଟଙ୍କା ଏବଂ ୩୧,୯୯୯ ଟଙ୍କା ଅଛି । ଏହି ଟାବଲେଟ୍ର କଲର ଅପସନରେ Graphite Gray, Mirage Purple ଓ Sage Green ରହିଛି ।
ଏହି ଟାବଲେଟ୍ର ବିକ୍ରି ୧୩ ଜାନୁଆରୀରୁ ଆରମ୍ଭ ହେବ । ଏହାକୁ ଗ୍ରାହକ ସାଓମି ଇଣ୍ଡିଆର ଅନଲାଇନ ଓ ଅଫଲାଇନ ଷ୍ଟୋରରୁ କିଣିପାରିବେ । ଏହାବାଦ ଇ-କମର୍ସ Amazonରେ ମଧ୍ୟ ଏହା ବିକ୍ରି ହେବ । ଟାବଲେଟ୍ କିଣିବା ଉପରେ ଏକ ହଜାର ବ୍ୟାଙ୍କ ରିହାତି ମଧ୍ୟ ଉପଲବ୍ଧ ହେବ ।
ଏହି ଟାବଲେଟ୍ ୧୧.୨ ଇଞ୍ଚର ୩.୨K ରିଜୋଲ୍ୟୁସନର LCD ସ୍କ୍ରିନ ଦିଆଯାଇଛି, ଯାହାକି 360Hz ଟଚ୍ ସାମ୍ପଲିଂ ରେଟ୍ ରହିଛି । ୧୪୪Hz ରିଫ୍ରେସ ରେଟ୍, ୮୦୦ ନିଟ୍ସ ପିକ୍ ବ୍ରାଇଟନେସ୍, HDR10 ଓ Dolby Vision ସପୋର୍ଟ ସହିତ ଏହା ଆସିଛି । ଏହି ଟାବଲେଟ୍ର ସ୍କ୍ରିନରେ TUV Rheinland ଟ୍ରିପଲ ଆଇ-ପ୍ରୋଟେକ୍ସନ ସ୍ପେଶିଫିକେସନ ସହ ଡିସପ୍ଲେ କର୍ଣ୍ଣିଂ ଗରିଲା ଗ୍ଲାସ ୩ ପ୍ରୋଟେକ୍ସନ ସହିତ ଆସିଛି ।
Pad 7ରେ ୮,୮୫୦mAhର ବ୍ୟାଟେରୀ ଦିଆଯାଇଛି । ଏହାକୁ ଚାର୍ଜ କରିବା ପାଇଁ ୪୫W USB Type C ୱାୟଡ୍ ଚାର୍ଜିଂ ସପୋର୍ଟ ମିଳିଥାଏ । ଏହି ଟ୍ୟାବଲେଟ୍ ବ୍ୟାକରେ ୧୩MP ର କ୍ୟାମେରା ମିଳିଥାଏ, ଯାହା ସହିତ ୮MP ର ସେଲଫି କ୍ୟାମେରା ମିଳିବ ।ଯାହାକି ସେଲଫି କ୍ଲିକ୍ ଓ ଭିଡିଓ କଲ୍ କରିବା ଲାଗି କାମରେ ଆସିବ । ସାଉଣ୍ଡ ସିଷ୍ଟମ ସମ୍ପର୍କରେ କହିଲେ ୟୁଜରଙ୍କୁ ଏହି ଡିଭାଇସରେ Dolby Atmos ସହିତ ୪ଟି ସ୍ପିକରର ଅଡିଓ ସିଷ୍ଟମ ମଧ୍ୟ ମିଳିବ ।
ଏହି ଟ୍ୟାବଲେଟ୍ କ୍ବାଲକମ୍ର Snapdragon 7+ Gen 3 ପ୍ରୋସେସର ରହିଛି। ଏହା Android 15ରେ ଆଧାରିତ HyperOS 2.0 ରେ କାମ କରିଥାଏ ।