ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଅପ୍ରେଲ୍ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଚାଲୁଥିବା ୟୁଥ-୨୦ କନ୍ସଲ୍ଟେସନ୍ ଶନିବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲ୍ଟା ଉଚ୍ଚାୟୁକ୍ତ ରୁବେନ୍ ଗଉସି, କିଟ୍ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳ ସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ୱାଲିଟି ଅସ୍ୟୁରାନ୍ସ ନିର୍ଦ୍ଦେଶକ ପ୍ରଫେସର ସି.କେ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ୟୁଥ-୨୦ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୨୦ ଦେଶରୁ ଆସିଥିବା ସାଂସଦ, କୂଟନୀତିଜ୍ଞ ଓ ଶିକ୍ଷାବିତ୍ମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ବିଶ୍ୱରୁ ଜଳବାୟୁ ପରିବର୍ତ୍ତନ ଓ ଦାରିଦ୍ର୍ୟ ଭଳି ସମସ୍ୟାର ସମାଧାନ ନିମନ୍ତେ ସମସ୍ତେ ଚିନ୍ତା କରିବାର ସମୟ ଆସି ପହଞ୍ଚିଛି ବୋଲି କହିଥିଲେ । ମାନସିକ ଓ
ଶାରୀରିକ ସ୍ୱାସ୍ଥ୍ୟ ଉତ୍ତମ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେ ମତ ଦେଇଥିଲେ । ଶ୍ରୀ ଗଉସି ନିଜ ବକ୍ତବ୍ୟରେ ୟୁଥ୍-୨୦ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଅତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବ।ରୁ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସେ କହିଲେ, ସର୍ବଦା ବିଭିନ୍ନ ପ୍ରସଙ୍ଗ ଉପରେ ବିଭିନ୍ନ ଦେଶର ସାଂସଦ ମାନେ ଏହି କାର୍ଯ୍ୟକ୍ରମ ପାଇଁ ଏକଜୁଟ ହେବା ଏକ ଶୁଭ ସଙ୍କେତ । ସେହିପରି ପ୍ରଫେସର ସସ୍ମିତା ସାମନ୍ତ କହିଲେ, ଦୁଇ ଦିନ ଧରି ଚାଲଥିବା ଏହି କାର୍ଯ୍ୟକ୍ରମ ଦେଶର ଯୁବଗୋଷ୍ଠୀଙ୍କ ସାମର୍ଥ୍ୟକୁ ଯଥାର୍ଥ ପ୍ରତିପାଦିତ କରିପାରିଛି । କୌଣସି କ୍ଷେତ୍ରରେ ଏକ ସ୍ଥାୟୀ ସଂରଚନା ନିମନ୍ତେ ଜ୍ଞାନ ଯେ ସର୍ବବ୍ୟାପୀ ଏହା ଆଜି ପ୍ରମାଣିତ ହୋଇପାରିଛି ।
ଏହି ଅବସରରେ ବିଶ୍ୱସ୍ତରରେ ଓଡ଼ିଶା କିଭଳି ସ୍ୱଦେଶୀ ଜ୍ଞାନ କୌଶଳ ଦିଗରେ ଅଗ୍ରଗତି ହୋଇ ପାରିଛି ସେ ସଂମ୍ପର୍କରେ ପ୍ରଫେସର ସାମନ୍ତ କହଥିଲେ । ପ୍ରଫେସର ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଯୋଗାଇ ଦେଇଥିବାରୁ ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକାଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପଯୁକ୍ତ ଦିଗଦର୍ଶନ ଏହି କାର୍ଯ୍ୟକ୍ରମକୁ ସଫଳ କରିଛି ବୋଲି
ପ୍ରଫେସର ମହାନ୍ତି କହିଥିଲେ । ଶେଷରେ ପ୍ରଫେସର ପାଣିଗ୍ରହୀ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.