Latest Odisha News

BREAKING NEWS

ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବିପକ୍ଷରେ ଲଢ଼ିବେ କଂଗ୍ରେସର ୟାମି ଗୌତମ!

ସିମଲା: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଯେତିକି ଫିଲ୍ମରେ ଚର୍ଚ୍ଚିତ ସେତିକି ରାଜନୀତିରେ ମଧ୍ୟ l କଙ୍ଗନାଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି । ତେବେ କଙ୍ଗନାଙ୍କ ବିପକ୍ଷରେ କିଏ ପ୍ରାର୍ଥୀ ହେବ ତାହା କଳ୍ପନା ଜଳ୍ପନା ଲାଗିରହିଥିଲା l ଏବେ ଚର୍ଚ୍ଚ ହେଉଛି ଯେ, ତାଙ୍କୁ ଟକ୍କର ଦେବାକୁ କଂଗ୍ରେସ ଅଭିନେତ୍ରୀ ୟାମି ଗୌତମଙ୍କୁ ଟିକେଟ ଦେବା ନେଇ ଆଲୋଚନା ହେଉଛି । ହେଲେ ବର୍ତ୍ତମାନ ହିମାଚଳ କଂଗ୍ରେସ ଏହି ଆଲୋଚନାକୁ ଗୁଜବ ବୋଲି କହିଛି। ହିମାଚଳ କଂଗ୍ରେସର ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୟାମି ଗୌତମଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରତୀଭା ସିଂ ଦକ୍ଷ ଚେହେରା ଏବଂ ଦଳ ଚାହୁଁଛି ଯେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ।

ହିମାଚଳ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ଆଜି ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଦଳର ସମନ୍ବୟ କମିଟି ବୈଠକରେ ସ୍ଥିର ହେ ଏଠାରୁ କିଏ କଙ୍ଗନାଙ୍କ ବିପକ୍ଷରେ ପ୍ରାର୍ଥୀ ହେବ । ଏହି ବୈଠକରେ ପ୍ରତିଭା ସିଂଙ୍କୁ ଏଠାରୁ ଲଢ଼ିବାକୁ କୁହାଯାଇପାରେ l ଏବେ ସେ ହିମାଚଳ ପ୍ରଦେଶ କଂଗ୍ରେସର ସଭାପତି ଅଛନ୍ତି । ମଣ୍ଡି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ତାଙ୍କ ପକ୍ଷରୁ କିଛି ସ୍ପଷ୍ଟ ହୋଇନି ।

Comments are closed.