Latest Odisha News

BREAKING NEWS

ଟ୍ରେନରେ ଲାଗିଲା ନିଆଁ, ଝରକା ପଟେ ଡେଇଁଲେ ଯାତ୍ରୀ

ପାଟଣା: ହୋଲି ସ୍ପୋଶାଲ୍ ଟ୍ରେନରେ ଅଗ୍ନିକାଣ୍ଡ। ବିହାରର କାରିସାଥ ଷ୍ଟେସନ ନିକଟରେ ଏକ ହୋଲି ସ୍ପୋଶାଲ୍ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ । ଖବରପାଇ ତୁରନ୍ତ ରେଳବିଭାଗର ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ ବଗିଗୁଡ଼ିକ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି ।

ସୂଚନା ଅନୁସାରେ, ବିହାରର ଭୋଜପୁର ଅନ୍ତର୍ଗତ ଦାନାପୁର- ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ରେଳଖଣ୍ଡର କାରିସାଥ ଷ୍ଟେଶନ ନିକଟରେ ଘଟିଛି ଏହି ଘଟଣା । ସ୍ପେଶାଲ ଟ୍ରେନର ଏସି ବଗିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ୦୧୪୧୦ ହୋଲି ସ୍ପେଶାଲ୍ ଟ୍ରେନ ଦାନାପୁରରୁ ଲୋକମାନ୍ୟ ତିଲକକୁ ଯାଉଥିଲା । ରାତି ପ୍ରାୟ ୨ଟା ସମୟରେ ଏହି ଟ୍ରେନର ଏସି ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ନିଆଁ ଲାଗିବା ପରେ ବଗିଟି ଆପେଆପେ ଟ୍ରେନ୍‌ରୁ ଅଲଗା ହୋଇ ଯାଇଥିଲା। ଏହାପରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଓ ରେଲୱେ କର୍ମଚାରୀ ଓ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା କଥା ଜାଣିବା ପରେ ଭୟରେ ଲୋକେ ଝରକା ପଟେ ବାହାରକୁ ଡେଇଁ ପଡିଥିଲେ । ତେବେ ହୋଲି ନିମନ୍ତେ ଟ୍ରେନରେ ଅଳ୍ପ ଯାତ୍ରୀ ଥିବାରୁ କେହି ମୃତାହତ ହୋଇଥିବା ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.