Latest Odisha News

BREAKING NEWS

ଅଧିନାୟକ ହେବା ପରେ ନିଜକୁ ଭଗବାନ ଭାବୁ ନାହାନ୍ତି ତ ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲରେ ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ଅବଶ୍ୟ ଏହା ସମୀକ୍ଷକ, ପ୍ରଶଂସକ କିମ୍ବା ସାଥୀ ଖେଳାଳି କାହାକୁ ହଜମ ହୋଇନି । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ନୈରାଶ୍ୟଜନକ ଢ଼ଙ୍ଗରେ ତାର ଅଭିଯାନ ଆରମ୍ଭ କରିଛି । ଟସ ଜିତି ପ୍ରଥମ ମ୍ୟାଚରେ ଫିଲ୍ଡିଂ ନେବା ମଧ୍ୟ କାହାକୁ ପସନ୍ଦ ଆସି ନ ଥିଲା । ଅବଶ୍ୟ କିରନ ପୋଲାର୍ଡ ଏହା ଟିମ ରଣନୀତି ବୋଲି ପରେ କହିଥିଲେ । ତେବେ ସେ ଯାହା ହେଉ, ହାର୍ଦ୍ଦିକ ଅଧିନାୟକ ହେବା ପରେ ରୋହିତଙ୍କ ପ୍ରତି ପ୍ରଶଂସକଙ୍କ ଭଲ ପାଇବା ବୃଦ୍ଧି ପାଇଛି ।

ଗୁଜରାଟରେ ଏହାର ନମୂନା ଦେଖିବାକୁ ମିଳିଛି । ରୋହିତ..ରୋହିତ ରେ ଷ୍ଟାଡିୟମ ଗର୍ଜୁଥିବା ବେଳେ ହାର୍ଦ୍ଦିକ ଅବଶ୍ୟ ହସୁଥିଲେ । ନିଜକୁ ଅଧିନାୟକ ପ୍ରମାଣିତ କରିବା ପାଇଁ ସେ ରୋହିତଙ୍କୁ ୨୦ତମ ଓଭର ବାଉଣ୍ଡରୀ ନିକଟକୁ ପଠାଇଥିଲେ । ସେଥିରେ ପୁଣି ତାଙ୍କୁ ବାମକୁ..ଡାହଣକୁ କହି ଦୌଡାଇଥିଲେ । ୫ ଥର ମୁମ୍ବାଇକୁ ଚାମ୍ପିୟନ କରାଇଥିବା ଅଧିନାୟକ ପ୍ରତି ଏ ଭଳି ବ୍ୟବହାର ଦର୍ଶକ ପସନ୍ଦ କରି ନ ଥିଲେ । ହାର୍ଦ୍ଦିକ ଏହି ଦାୟିତ୍ୱ ହାତେଇବା ପରେ ନିଜକୁ ଭଗବାନ ମନେ କରୁ ନାହାନ୍ତି ତ ? ପୂର୍ବରୁ ସାଥୀ ଖେଳାଳିଙ୍କୁ ଗାଳି ଦେବାଠାରୁ ଆରମ୍ଭ କରି ଅନେକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ରୋହିତ ଟି୨୦ ବିଶ୍ୱକପରେ ଭାରତର ଅଧିନାୟକ ହେବେ । ସେ କଣ ହାର୍ଦ୍ଦିକଙ୍କୁ ଟାର୍ଗେଟ କରିବେ । ଅବଶ୍ୟ ଜଣେ ଅଭିଜ୍ଞ ଖେଳାଳି ଭାବେ ରୋହିତ ଏ ଭଳି ଭୁଲ କରିବେ ନାହିଁ ।

ମହମ୍ମଦ ସାମୀ, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରାହ ଓ ବିରାଟ କୋହଲିଙ୍କୁ ହାର୍ଦ୍ଦିକ ଅବମାନନା କରୁଥିବା ଦେଖିବାକୁ ମିଳିଛି । ତାଙ୍କ ଭାଇ କୃଣାଳ ପାଣ୍ଡ୍ୟା ଲକ୍ଷ୍ନୌ ସୁପର ଜ୍ୟାଂଟସର ଅଧିନାୟକ ଦାୟିତ୍ୱ ତୁଲାଇ ସମାଲୋଚିତ ହୋଇଥିଲେ । ତାଙ୍କୁ ଏବେ କୌଣସି ଦାୟିତ୍ୱ ପ୍ରଦାନ କରାଯାଇ ନାହିଁ । ହାର୍ଦ୍ଦିକ ଜଣେ ଭଲ ଅଲରାଉଣ୍ଡର, ଖେଳର ଗାରିମା ବଂଚାଇ ରଖିବା ସହ ଖେଳୁଆଡ ମନୋଭାବରେ ଖେଳିବା ଉଚିତ ।

Leave A Reply

Your email address will not be published.