Latest Odisha News

BREAKING NEWS

ୟସ୍‌ ଚୋପ୍ରାଙ୍କ ପତ୍ନୀ ପାମେଲାଙ୍କ ପରଲୋକ; ପ୍ରଯୋଜନା ସହ ଏକାଧିକ ଫିଲ୍ମରେ ଗାଇଛନ୍ତି ଗୀତ

ମୁମ୍ବାଇ: ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ଓ ପ୍ରଯୋଜକ ଦିମ୍ବଗତ ୟଶ ଚୋପ୍ରାଙ୍କ ପତ୍ନୀ ତଥା ଗାୟିକା ଓ ଫିଲ୍ମ ଲେଖିକା ପାମେଲା ଚୋପ୍ରାଙ୍କ ପରଲୋକ ହୋଇଛି। ୮୫ ବର୍ଷ ବୟସରେ ଆଜି (ଏପ୍ରିଲ ୨୦) ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପାମେଲା ଏକାଧିକ ଫିଲ୍ମରେ ଗୀତ ଗାଇବା ସହ ପ୍ରଯୋଜନା କରିବା ଓ ସହ ଲେଖିକା  ଭାବେ ଦାୟିତ୍ୱ ତୁଲାଇଛନ୍ତି।

ସୂଚନା ଅନୁସାରେ, ଗତ ୧୫ ଦିନ ହେଲା ପାମେଲା ମୁମ୍ବାଇଲ ଲିଳାବତି ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଶେଷରେ ଆଜି ତାଙ୍କର ବିୟୋଗ ହୋଇଛି। ବିୟୋଗ ନେଇ ପରିବାର ପକ୍ଷରୁ କୌଣସି ସୂଚନା ଆସି ନାହିଁ କି ଅନ୍ତିମ ସଂସ୍କାର ନେଇ ସୂଚନା ମିଳିପାରି ନାହିଁ।

ସୂଚନା ଥାଉକି ୧୯୭୦ରେ ପାମେଲା ପାରମ୍ପରିକ ରିତିନିତିରେ ୟସ୍ ଚୋପ୍ରାଙ୍କୁ ବିବାହ କରିଥିଲେ। ଚୋପ୍ରାଙ୍କ ଦମ୍ପିତଙ୍କର ଦୁଇ ପୁଅ ଆଦିତ୍ୟ ଓ ଉଦୟ ଚୋପ୍ରା। ଆଦିତ୍ୟ ଫିଲ୍ମ ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ବି ଦିଅନ୍ତି। ସେ ରାଣୀ ମୁଖାର୍ଜୀଙ୍କୁ ବିବାହ କରିଛନ୍ତି। ସେହିପରି ଉଦୟ ଚୋପ୍ରା ମଧ୍ୟ ଫିଲ୍ମ ପ୍ରଯୋଜନା ସହ ଅଭିନୟ କରନ୍ତି।

ଜଣେ ଗାୟିକା ଭାବେ ପାମେଲା ଅନେକ ଫିଲ୍ମରେ ଗୀତ ଗାଇଛନ୍ତି। ୟସ୍‌ ଚୋପ୍ରାଙ୍କ ପ୍ରାୟ ସବୁ ଫିଲ୍ମରେ ସେ ଗୀତ ଗାଇଥିବା ଦେଖିବାକୁ ମିଳିଛି। ସେ ଗୀତ ଗାଇଥିବା ଫିଲ୍ମଗୁଡ଼ିକ ହେଲା କଭି କଭି (୧୯୭୬), ମୁଝ୍‌ସେ ଦୋସ୍ତି କରୋଗୀ(୨୦୦୨), ୧୯୯୩ ଆସିଥିବା ଆଇନା ଫିଲ୍ମକୁ ସେ ପ୍ରଡ୍ୟୁସ୍ କରିଥିଲେ। ତା ସହିତ ୧୯୯୭ର ଫିଲ୍ମ ଦିଲ୍‌ ତୋ ପାଗଲ ହେ ରେ ସହଯୋଗୀ ଲେଖିବା ଭାବେ ଦାୟିତ୍ୱ ତୁଲାଇଥିଲେ।

Comments are closed.