Latest Odisha News

BREAKING NEWS

ରାହୁଲଙ୍କୁ ସୁରଟ କୋର୍ଟଙ୍କ ଝଟକା: ‘ମୋଦି ସରନେମ’ ପାଇଁ ୨ ବର୍ଷ ଜେଲ ଦଣ୍ଡ କାଏମ ରଖିଲେ

ସୁରଟ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ କୋର୍ଟଙ୍କ ଝଟକା । ରାହୁଲଙ୍କ ସଜା ଉପରେ ଲାଗିବନି ରୋକ୍ । ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି ସୁରଟ କୋର୍ଟ  ।   ‘ମୋଦି ସରନେମ୍‌’ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ  ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ । ଏହାକୁ ସେସନ କୋର୍ଟରେ ଚାଲେଞ୍ଜ କରିଥିଲେ ରାହୁଲ ।  ୨ ବର୍ଷର ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ କୋର୍ଟରେ  ଅପିଲ୍ କରିଥିଲେ  । ହେଲେ ସୁରଟ ସେସନ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ତେଣୁ ରାହୁଲଙ୍କ ୨ ବର୍ଷ ଜେଲ ଦଣ୍ଡ ସଜା କାଏମ ରହିବ ।

କଂଗ୍ରେସ ପକ୍ଷରୁ କୁହାଯାଇଛି, ସୁରଟ ସେସନ କୋର୍ଟ ବିରୋଧରେ ହାଇକୋର୍ଟଙ୍କୁ ଯିବେ । ଏଠି କହରିଖିବୁ, ମୋଦି ସରନେମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ରାହୁଲ ନିଜ ସାଂସଦ ପଦ ହରାଇଛନ୍ତି । ସେତିକି ନୁହେଁ,  ସରକାରୀ ବାସଭବନ  ମଧ୍ୟ ତାଙ୍କୁ ଛାଡିବାକୁ ପଡିଛି ।

ସୂଚନାଥାଉ କି, ୨୦୧୯ ଲୋକସଭା ନିର୍ବାଚନ ସମୟରେ ସେ କେରଳ ୱାଇନାଡା ଆସନରୁ ଲଢି ଜିତିଥିଲେ । ସେହି ସମୟରେ ସେ ମୋଦି ସରନେମକୁ ନେଇ ବିବାଦୀୟ ମନ୍ତ୍ରବ୍ୟ ଦେଇଥିଲେ । ଏକ ନିର୍ବାଚନୀ ସଭାରେ କହିଥିଲେ, ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସରନେମ ସମାନ କାହିଁକି ? ସମସ୍ତ ଚୋରଙ୍କ ସରନେମ ମୋଦୀ କାହିଁକି ହୋଇଥାଏ? ରାହୁଲଙ୍କ ଏହି ବୟାନ ବିରୋଧରେ ବିଜେପି ବିଧାୟକ ପୂଣ୍ଣେଶ ମୋଦୀ ସେହିବର୍ଷ ମାର୍ଚ୍ଚ ୨୩ ତାରିଖ ସୁରଟର ଏକ କୋର୍ଟରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ । ମୋଦୀ ସମୁଦାୟକୁ ରାହୁଲ ବଦନାମ କରିଥିବା କହିଥିଲେ ପୂର୍ଣ୍ଣେଶ ।

ଏହାର ବିଚାର କରି କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲା । ଏହାର ଦିନକ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇ ଯାଇଥିଲା ।

 

Leave A Reply

Your email address will not be published.