Latest Odisha News

BREAKING NEWS

ୟଶ ଦୟାଲଙ୍କୁ ମୂରଲୀ କାର୍ତିକ ଅଳିଆ କହିଥିଲେ..

ବେଙ୍ଗାଲୁର: ଆଇପିଏଲର ୧୭ତମ ସଂସ୍କରଣ ହେବା ତାର ଲୟକୁ ଫେରିବାରେ ଲାଗିଛି । ମ୍ୟାଚର ରୋମାଂଚ ପ୍ରଶଂସକଙ୍କୁ ଘାରିବାକୁ ଆରମ୍ଭ କରିଛି । ତେବେ ଏହି ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ କୋଟି ଟଙ୍କାରେ ୟଶ ଦୟାଲଙ୍କୁ ଦଳରେ ନେଇଥିଲା । ଅନେକ ଏ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ତେବେ ବେଙ୍ଗାଲୁରର ୨ଟି ଯାକ ମ୍ୟାଚରେ ସେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଗତ ସଂସ୍କରଣରେ ରିଙ୍କୁ ସିଂ ତାଙ୍କ ଓଭରରେ ୫ଟି ଛକା ମାରିଥିଲେ । ଏହା ପରେ ୟଶଙ୍କ କ୍ୟାରିୟର ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ମୂରଲୀ କାର୍ତିକ ମଧ୍ୟ ୟଶଙ୍କୁ ଅଳିଆ ବୋଲି କହିଥିଲେ ।

ପଞ୍ଜାବ ବିପକ୍ଷ ମ୍ୟାଚ ପରେ ବେଙ୍ଗାଲୁର ଜିତିବା ପରେ ଫ୍ରାଂଚାଇକ କାର୍ତିକଙ୍କୁ ପରୋକ୍ଷରେ ଟାର୍ଗେଟ କରି ୟଶଙ୍କ ଫଟୋ ଶେୟାର କରିବା ସହ ମୂଲ୍ୟବାନ ହୀରା ବୋଲି କହିଥିଲା । ୟଶ ମଧ୍ୟ ଏବେ କାର୍ତିକଙ୍କ ବୟାନ ନେଇ କିଛି କହି ନ ଥିଲେ ମଧ୍ୟ ରିଙ୍କୁଙ୍କ କ୍ରମାଗତ ଛକା ଯନ୍ତ୍ରଣାଦାୟକ ଥିଲା ବୋଲି କହିଛନ୍ତି । ସମସ୍ତେ ମନା କରିବା ସତ୍ୱେ ସେ ସୋସିଆଲ ମିଡିଆ ଦେଖିଥିଲେ, ନିଜକୁ ଏତେ ଅପମାନିତ କରିଥିଲେ ଯେ, ତାଙ୍କ ଦେହ ଖରାପ ହୋଇ ଯାଇଥିଲା । ପରେ ସେ ନିଜକୁ ସମ୍ଭାଳିଥିଲେ ଏବଂ ମୁକାବିଲା ପାଇଁ ଫିଟ ହୋଇଥିଲେ ।

Leave A Reply

Your email address will not be published.