Latest Odisha News

BREAKING NEWS

ଆଇଆଇଟି ମାଦ୍ରାସରୁ ଅଧ୍ୟୟନ କରିଥିବା ପୱନ ଦାବୁଲୁରିଙ୍କୁ ମିଳିଲା ମାଇକ୍ରୋସଫ୍ଟ ୱିଣ୍ଡୋଜର ଦାୟିତ୍ୱ

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସରୁ ଅଧ୍ୟୟନ କରିଥିବା ଛାତ୍ର ପୱନ ଦାବୁଲୁରିଙ୍କୁ ମିଳିଲା ମାଇକ୍ରୋସଫ୍ଟ ୱିଣ୍ଡୋଜର ଦାୟିତ୍ବ। ମାଇକ୍ରୋସଫ୍ଟ ୱିଣ୍ଡୋଜ ଏବଂ ସର୍ଫେସର ନୂଆ ମୁଖ୍ୟ ହେଲେ ପୱନ ଦାବୁଲୁରି । ପାନୋସ ପାନେୟଙ୍କ ପରେ ତାଙ୍କୁ ଏହି ପଦ ମିଳିଛି । ଗତବର୍ଷ ପାନୋସ ପାନେୟ ମାଇକ୍ରୋସଫ୍ଟ ଛାଡି ଆମାଜନରେ ଯୋଗ ଦେଇଥିଲେ । ଏହାପୂର୍ବରୁ ଦାବୁଲୁରି ସର୍ଫେସ୍ ସିଲିକନ୍‌ର କାର୍ଯ୍ୟ ଦେଖୁଥିଲେ।

ଦାବୁଲୁରିଙ୍କ ଭାରତ ସହିତ ଏକ ବିଶେଷ ସମ୍ପର୍କ ରହିଛି । ସେ ପ୍ରଖ୍ୟାତ ଅନୁଷ୍ଠାନ ଆଇଆଇଟି ମାଡ୍ରାସରୁ ସ୍ନାତର ଡିଗ୍ରୀ ହାସଲ କରିଥିଲେ । ଯଦିଓ ମାଇକ୍ରୋସଫ୍ଟ ୱିଣ୍ଡୋଜ ଅଳ୍ପ ସଂଖ୍ୟକ ଭାରତୀୟ ରହିଥିବା ବେଳେ ବର୍ତ୍ତମାନ ଏହି ଗୋଷ୍ଠୀର ମୁଖ୍ୟ ହୋଇଛନ୍ତି ପୱନ ଦାବୁଲୁରି । ଏଥିରେ ସୁନ୍ଦର ପିଚାଇ ଏବଂ ସତ୍ୟ ନାଡୋଲାଙ୍କ ନାମ ମଧ୍ୟ ସାମିଲ ରହିଛି।

ମାଇକ୍ରୋସଫ୍ଟ ସର୍ଫେସରେ ରାଜେଶ ଝାଙ୍କୁ ରିପୋର୍ଟ କରିବେ ପୱନ ଦାବୁଲୁରି । ପୱନ ଦାବୁଲୁରି ଗତ ୨୩ ବର୍ଷ ଧରି ମାଇକ୍ରୋସଫ୍ଟ ସହିତ ଯୋଡି ହୋଇ ରହିଛନ୍ତି । ୟୁନିଭରସିଟି ଆଣ୍ଡ ମାରିଲାଣ୍ଡରୁ ସ୍ନାତକୋତ୍ତର ପାସ୍ କରିବା ପରେ ସେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ । ସେ ରିଲାଇବିଲିଟ କମ୍ପୋନେଣ୍ଟ ମ୍ୟାନେଜର ଭାବେ ଯୋଗଦେଇଥିଲେ । ଦାବୁଲୁରି ଏହି ପଦର ଦାୟିତ୍ବ ନେବା ପରେ ଅଶୋକ ଝାଙ୍କୁ ସହଯୋଗ କରିବା ନେଇ ମେଲ୍‌ରେ କୁହାଯାଇଛି । ୱିଣ୍ଡୋଜ ଟିମ ଏଆଇ, ସଲିକନ ଏବଂ ମାଇକ୍ରୋସଫ୍ଟ ଏଆଇ ଟିମ ସହିତ ମିଶି କାର୍ଯ୍ୟ ଜାରି ରଖିବେ ।

Leave A Reply

Your email address will not be published.