Latest Odisha News

BREAKING NEWS

ପଦାର୍ପଣ ରଣଜୀ ମ୍ୟାଚରେ ଇତିହାସ ରଚିଲେ ଧୂଲ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ୟଶ ଧୂଲ ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଚାମ୍ପିୟନ ୧୯ ବର୍ଷରୁ କମ ବିଶ୍ୱକପ ଦଳର ଅଧିନାୟକ ପଦାର୍ପଣ ରଣଜୀ ମ୍ୟାଚରେ ଉଭୟ ଇନିଂସରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ତାମିଲନାଡୁ ବିପକ୍ଷ ମ୍ୟାଚରେ ସେ ଓଭରାଲ ତୃତୀୟ ଖେଳାଳି ଭାବେ ଏହି ସଫଳତା ହାସଲ କରିଥିଲେ ।

ରଣଜୀ ଇତିହାସରେ ଗୁଜରାଟର ନରି କଂଟ୍ରାକ୍ଟର ଓ ମହାରାଷ୍ଟ୍ରର ଭିରାଜ ଆୱାତେ ପଦାର୍ପଣ ମ୍ୟାଚର ଉଭୟ ଇନିଂସରେ ଶତକ ହାସଲ କରିଥିଲେ । ସେ ଦିଲ୍ଲୀର ୬ଷ୍ଠ ଖେଳାଳି ଭାବେ ଉଭୟ ଇନିଂସରେ ଶତକ ଅର୍ଜିଛନ୍ତି । ୨ଟି ଯାକ ଇନିଂସରେ ୧୧୩ ରନ କରିଥିଲେ ।

Comments are closed, but trackbacks and pingbacks are open.