Latest Odisha News

BREAKING NEWS

ନଦୀରେ ଖସିପଡ଼ିଲା କାର, ବର ସମେତ ୯ଜଣଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର କୋଟା ଅଞ୍ଚଳରେ ଅଭାବନୀୟ ଘଟଣା । ନଦୀକୁ ଖସିପଡ଼ିଲା ବରଯାତ୍ରୀ କାର୍ । ଏହି ଦୁର୍ଘଟଣାରେ ବର ସହିତ ୯ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅୁସାରେ, ବର ସହିତ ବରଯାତ୍ରୀମାନେ ଏକ କାରରେ ଯାଉଥିଲା । ସେହି ସମୟରେ ରାଜସ୍ଥାନ କୋଟାର ନାୟାପୁରା ଚମ୍ପଲ ନଦୀ ବ୍ରିଜରୁ ଭାରସାମ୍ୟ ହରାଇ କାରଟି ଖସିପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ବର ସମେତ ୯ ଜଣଙ୍କର ମୃତ୍ୟୁ ଘଟଇଥିଲା । ଏହି ଘଟଣାରେ ଜଣେ ଗରୁତର ଥିବା ସୂଚନା ରହିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । କାରଟିକୁ ନଦୀରୁ ବାହାର କରିବା ପାଇଁ ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା ।

Comments are closed, but trackbacks and pingbacks are open.