ଭୁବନେଶ୍ବର: ଆଉ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି । ପୂରା ଯାତ୍ରା ସାମ୍ରାଜ୍ୟରୁ ହେଲେ ବ୍ୟାନ୍ । ହାସ୍ୟାଭିନେତା ନରିଙ୍କୁ ବୟକଟ କରିଛି ଯାତ୍ରା ମାଲିକ ସଂଘ । ତୁଳସୀ ଗଣନାଟ୍ୟ ମାଲିକ ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ କିଛି ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି । ୨୦୨୫-୨୬ ଯାତ୍ରା ବର୍ଷ ପାଇଁ ନରି ପଣ୍ଡାଙ୍କୁ ବ୍ୟାନ୍ କରାଯାଇଥିବା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ ସୂଚନା ଦେଇଛନ୍ତି ।
ତେବେ ଏହି ନିକଟରେ ନରି ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କିପରି ଯାତ୍ରା ମାଲିକ ତାଙ୍କ ଉପରେ ଅତ୍ୟାଚାର କରିଥିଲେ, ତାହା ବଖାଣିଥିଲେ । ଯାତ୍ରା ମାଲିକ ତାଙ୍କ ନିର୍ଧୂମ୍ ମାଡ଼ ମାରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ କରିଥିଲେ ଅଭିନେତା । ଆଗାମୀ ଯାତ୍ରା ଋତୁ ପାଇଁ ମାଲିକଙ୍କ ଠାରୁ ଅଗ୍ରୀମ ଟଙ୍କା ଆଣିଥିଲେ ନରି । ତେବେ ବାକି ଟଙ୍କା ନମିଳିବାରୁ ଅଗ୍ରୀମ ଟଙ୍କାକୁ ମାଲିକଙ୍କୁ ଫେରସ୍ତ ପାଇଁ ଯାଇଥିବା ବେଳେ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରିଥିଲେ ।ଏନେଇ ଥାନାରେ ଅନଲାଇନ ଏଫଆଇଆର ଦେଇଥିଲେ । ଏଥିସହିତ ତାଙ୍କୁ ମାରିଦେବାକୁ ଧମକ ମିଳୁଥିବା ଅଭିଯୋଗ କରିଥିଲେ । ଯଦି ଏନେଇ ସତ ବାହାରକୁ ନଆସିବ ସେ ଯାତ୍ରା ଛାଡିଦେବେ ବୋଲି ଦାବି ରଖିଥିଲେ ।
ହେଲେ ସେ କ’ଣ ଯାତ୍ରା ଛାଡିବେ, ଏବେ ଯାତ୍ରା ସଂଘ ହିଁ ତାଙ୍କୁ ବର୍ଷେ ପାଇଁ ବ୍ୟାନ୍ କରିଛି । ତେବେ ଏଥିରେ ବାସ୍ତବରେ ଭୁଲ୍ କାହାର, ତାହା ଏବେ ବି ଦ୍ବନ୍ଦ୍ବରେ ରହିଚି ।ଯଦି ନରି ସତ କହୁଥିଲେ, ତାହେଲେ ତାଙ୍କୁ ବ୍ୟାନ କରାଗଲା କାହିଁକି ବ୍ୟାନ କରାଗଲା ? ନା ଏହା ଯାତ୍ରା ମାଲିକଙ୍କ ପାଓ୍ବାରରର ଫଳାଫଳ? ଏନେଇ କିଛି ବି ପ୍ରତିକ୍ରିୟା ମିଳିପାରି ନାହିଁ ।
Comments are closed.