Latest Odisha News

BREAKING NEWS

ପୁଣି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ୟେଦ୍ଦୁରପ୍ପା !

ବେଙ୍ଗାଲୁରୁ: ପରିଶେଷରେ କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ଅସ୍ଥିରତାରେ ଯବନିକା ପଡିଛି । ବିଧାନସଭାରେ ଗତକାଲି ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ କଂଗ୍ରେସ-ଜେଡିଏସ୍ ନେତୃତ୍ୱାଧୀନ କୁମାରସ୍ୱାମୀ ସରକାରଙ୍କ ପତ୍ତନ ଘଟିଛି ।

ଆସ୍ଥା ଭୋଟରେ ପରାଜିତ ହେବା ପରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଅପରପକ୍ଷରେ କୁମାରସ୍ୱାମୀଙ୍କ ସରକାର ଭାଙ୍ଗିବା ପରେ କର୍ଣ୍ଣାଟକରେ କିଏ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଏବଂ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରରୁ ନିଜର ସମର୍ଥନ କାଢି ନେଇଥିବା ବିଦ୍ରୋହୀ ବିଧାୟକଙ୍କ ରାଜନୈତିକ ସ୍ଥିତି କ’ଣ ହେବ, ସେନେଇ ଚିତ୍ର ଏବେବି ଅସ୍ପଷ୍ଟ ରହିଛି ।

ଏହି ଘଟଣାକ୍ରମେ ପୂର୍ବରୁ ୩ଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ତଥା କୁମାରସ୍ୱାମୀ ସରକାର ଭାଙ୍ଗିବାର ମୁଖ୍ୟ ସୁତ୍ରଧର ବୋଲାଉଥିବା ବିଏସ୍ ୟେଦ୍ଦୁରପ୍ପାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ ସେ ହୋଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

ତେବେ କୁମାରସ୍ୱାମୀ ସରକାର କ୍ଷମତାଚ୍ୟୁତ ହେବାପରେ କର୍ଣ୍ଣାଟକ ରାଜନୀତି ଇତିହାସରେ ହିସାବ ବରାବର ହୋଇଛି ବୋଲି ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି । ତେବେ ଠିକ୍ ୧୨ ବର୍ଷ ତଳେ ସମାନ ଢଙ୍ଗରେ କୁମାରସ୍ୱାମୀ କଂଗ୍ରେସ-ବିଜେପି ସରକାରର ପତନର କାରଣ ପାଲଟିଥିଲେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ: କର୍ଣ୍ଣାଟକରେ ଭାଙ୍ଗିଲା ସରକାର, ଇସ୍ତଫା ଦେଲେ କୁମାରସ୍ୱାମୀ

ସୂଚନାଯୋଗ୍ୟ, ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡ଼ିଏସ-କଂଗ୍ରେସ ମେଣ୍ଟ ସରକାରକୁ ୯୯ଟି ଭୋଟ ମିଳିଥିବା ବେଳେ ବିଜେପି ସପକ୍ଷରେ ୧୦୫ଟି ଭୋଟ ମିଳିଥିଲା ।

Leave A Reply

Your email address will not be published.