Latest Odisha News

BREAKING NEWS

ଏହି ସବୁ ଜିଲ୍ଲାରେ ଆଗାମୀ ୩ ଘଣ୍ଟିଆ ପ୍ରବଳ ବର୍ଷା, ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା। ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ।

ଆଗାମୀ ୩ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ବର୍ଷା ବଜ୍ରପାତ ହେବ ବୋଲି ଜଣାପଡିଛି। ଏଠିକାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନବାହାରିବା ସହ ବାହାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଖୋର୍ଦ୍ଧା ରାସ୍ତା ଉପରେ ୪ଫୁଟର ପାଣି। ଖୋର୍ଦ୍ଧା ନୟାଗଡ଼, ଖୋର୍ଦ୍ଧା ବାଙ୍କୀ ରାସ୍ତା ବିଛିନ୍ନ। ପ୍ରବଳ ବର୍ଷା ଯୋଗୁଁ ୫୭ନଂ ଜାତୀୟ ରାଜପଥରେ ଚାଲୁଛି ପାଣି । ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଛି।

Comments are closed.