Latest Odisha News

BREAKING NEWS

Weather update: ରାଜ୍ୟରେ ୟେଲୋ ୱାର୍ଣ୍ଣିଂ;୩୦ ଯାଏଁ ଛେଚିବ ବର୍ଷା

ଭୁବନେଶ୍ବର:ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ତେବେ ଆଗାମୀ ୨୪ଘଣ୍ଟା ପାଇଁ ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଆଗାମୀ ୨୪ଘଣ୍ଟାରେ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା ଓ ବରଗଡ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଘଣ୍ଟାପ୍ରତି ଝଟକାପବନ ୩୦-୪୦କି.ମି. ବେଗରେ ବହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ,ଖୋର୍ଦ୍ଧା, ପୁରୀ,ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ କିମ୍ବା ୨ଟା ସ୍ଥାନରେ ଘଣ୍ଟାପ୍ରତି ଝଟକାପବନ ୩୦-୪୦କି.ମି. ବେଗରେ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି ।

ଏଥି୍ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସେହିପରି ୨୯ ଓ ୩୦ ତାରିଖରେ ମଧ୍ୟ ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ରହିଛି ।

 

Comments are closed.