ଭୁବନେଶ୍ବର: ଆଗାମୀ ୩ରୁ ୪ ଦିନ ଝଡ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ମିଶ୍ରିତ ପାଗ ରହିଛି । ସକାଳେ ଖରା ହେଉଛି । ଅପରାହ୍ଣରେ ପ୍ରଭାବ ଦେଖାଉଛି କାଳବୈଶାଖୀ । ଗତ କିଛି ଦିନ ହେବ ଖରା ତାତିରୁ ଆଶ୍ୱସ୍ତି ମିଳିଛି । ତେବେ ଏନେଇ ଆଜି ଅଧିକ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ଭିତରେ ଭୁବନେଶ୍ବରରେ ୩୭ ଡିଗ୍ରୀ ତାପମାତ୍ରା ଅନୁଭୂତ ହେବା ବେଳେ କଟକରେ ପାଖାପାଖି ୩୦ ଣିଗ୍ରୀ ତାପମାତ୍ରା ରହିବ । ଏଥିସହିତ ସନ୍ଧ୍ୟା ସମୟରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଉତ୍ତର ବିହାରରୁ ଉତ୍ତର ଓଡିଶା ଦେଇ ଏକ ଟ୍ରପ ଲାଇନ୍ ଲମ୍ବିଛି । ଯାହା କି ଗତି କରୁଛି । ଏହା ଝାଡଖଣ୍ଡ ଓ ପଶ୍ଚମବଙ୍ଗଳା ଦେଇ କରି ଓଡିଶା ଆସୁଛି । ଯାହାର ପ୍ରଭାବରେ ଉତ୍ତର ଓଡିଶାରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୧୩ ତାରିଖ ଯାଏଁ ବିଭିନ୍ନ ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣି ଦିଆାଯାଇଛି । ଏଥିସହିତ ୪୦-୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
BREAKING NEWS
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
Comments are closed.