Latest Odisha News

BREAKING NEWS

ଆଗାମୀ  ୩ରୁ ୪ ଦିନ ହେବ ଝଡ ବର୍ଷା

୪୦-୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ

ଭୁବନେଶ୍ବର: ଆଗାମୀ ୩ରୁ ୪ ଦିନ ଝଡ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ ।  ରାଜ୍ୟରେ ବର୍ତ୍ତମାନ ମିଶ୍ରିତ ପାଗ ରହିଛି । ସକାଳେ ଖରା ହେଉଛି । ଅପରାହ୍ଣରେ ପ୍ରଭାବ ଦେଖାଉଛି କାଳବୈଶାଖୀ । ଗତ କିଛି ଦିନ ହେବ ଖରା ତାତିରୁ ଆଶ୍ୱସ୍ତି ମିଳିଛି । ତେବେ ଏନେଇ ଆଜି ଅଧିକ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ଭିତରେ ଭୁବନେଶ୍ବରରେ ୩୭ ଡିଗ୍ରୀ ତାପମାତ୍ରା ଅନୁଭୂତ ହେବା ବେଳେ କଟକରେ ପାଖାପାଖି ୩୦ ଣିଗ୍ରୀ ତାପମାତ୍ରା ରହିବ । ଏଥିସହିତ ସନ୍ଧ୍ୟା ସମୟରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।  ଉତ୍ତର ବିହାରରୁ ଉତ୍ତର ଓଡିଶା ଦେଇ ଏକ ଟ୍ରପ ଲାଇନ୍ ଲମ୍ବିଛି । ଯାହା କି ଗତି କରୁଛି । ଏହା ଝାଡଖଣ୍ଡ ଓ ପଶ୍ଚମବଙ୍ଗଳା ଦେଇ କରି ଓଡିଶା ଆସୁଛି  । ଯାହାର ପ୍ରଭାବରେ ଉତ୍ତର ଓଡିଶାରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୧୩ ତାରିଖ ଯାଏଁ ବିଭିନ୍ନ ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣି ଦିଆାଯାଇଛି । ଏଥିସହିତ ୪୦-୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

Leave A Reply

Your email address will not be published.