Latest Odisha News

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଗିରଫ; ଆଜି କୋର୍ଟରେ ହେବେ ହାଜର

ମୁମ୍ବାଇ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କୁ ଭୋର ୩ଟାରେ ଗିରଫ କରିଛି ପ୍ରବତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଇଡି ୧୫ ଘଣ୍ଟା ପର୍ଯ୍ୟନ୍ତ ଜେରା କରିବା ପରେ ଗିରଫ କରିଛି । ଏହା ପୂର୍ବରୁ କେନ୍ଦ୍ରୀୟ ଯାଂଚ ସଂସ୍ଥା ଶୁକ୍ରବାର ଦିନ ତାଙ୍କ ଘରେ ଚଢ଼ଉ କରିଥିଲେ । ଇଡି ଆଜି ରାଣା କପୁରଙ୍କୁ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ସ୍ଥାନୀୟ କୋର୍ଟରେ ହାଜର କରିପାରେ ।

୬୨ ବର୍ଷୀୟ ରାଣା ପକୁର ଆର୍ଥିକ ନେଣ ଦେଣରେ ଅନିୟମିତତା ଓ ୟେସ ବ୍ୟାଙ୍କର ମ୍ୟାନେଜମେଣ୍ଟ ରେ ହେରଫେର କରିବାର ଅଭିଯୋଗ ରହିଛି । ୟେସ ବ୍ୟାଙ୍କ ପରିଚାଳିତ ଏକ ଡମି କମ୍ପାନୀ ଠାରୁ ୬୦୦ କୋଟି ନେଇଥିବା ଅଭିଯୋଗ ରହିଛି । ଏନେଇ ଗତକାଲି ଠାରୁ ରାଣା କପୁରଙ୍କୁ ଇଡି ମାରାଥନ ଜେରା କରୁଥିଲା ।

Leave A Reply

Your email address will not be published.