ନୂଆଦିଲ୍ଲୀ: ଋଣ ଭାରରେ ବୁଡି ରହିଥିବା ୟେସ ବ୍ୟାଙ୍କରେ ପାଖାପାଖି ୧୦ ହଜାର କୋଟି ଟଙ୍କା ବିନିଯୋଗ କରିବ ବୋଲି ଆଶା କରାଯାଉଛି।
ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ସୋମବାର ଏନଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଥରେ ଏସବିଆଇ ପଦକ୍ଷେପ ନେବା ପରେ ୟେସ୍ ବ୍ୟାଙ୍କର ଜମାକାରୀ ମାନେ ଆୟ ଏ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।
ୟେସ ବ୍ୟାଙ୍କର ପୁଞ୍ଜିକରଣ ନିୟାମକ ପୁଞ୍ଜି ଅନୁପାତକୁ ପୂରଣ କରିବା ପାଇଁ ୨୦ ହଜାରରୁ କୋଟିରୁ ୨୨ ହଜାର କୋଟି ଟଙ୍କା ବିନିଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏସବିଆଇର ପୁଞ୍ଜି ବିନିଯୋଗ ସମ୍ପର୍କରେ ସେ କହିଛନ୍ତି ଯେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆରବିଆଇ ଏବଂ ସରକାର ମିଳିତ ଭାବେ ନିଷ୍ପତ୍ତି ନେବେ।
ଆହୁରି ମଧ୍ୟ ସେ କହିଛନ୍ତି ଯେ ଆର୍ଥିକ ବ୍ୟବସ୍ଥା ପାଇଁ ୟେସ ବ୍ୟାଙ୍କ ଚାଲୁ ରହିବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅନେକ ସହ-ନିବେଶକ ଏଥିରେ ଯୋଗଦେବାକୁ ଇଚ୍ଛୁକ।
ଏପରିକି ୟେସ ବ୍ୟାଙ୍କରେ ଟଙ୍କା ଉଠାଇବା ସୀମା (ୱ୍ଇଡ୍ରାଲ ଲିମିଟ) ଏକ ସପ୍ତାହ ପୂର୍ବରୁ ଉଠାଯାଇପାରେ ବୋଲି ଏସବିଆଇ ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି ।
Comments are closed.