Latest Odisha News

BREAKING NEWS

ପୁରୀରେ ପୁଣି ଅଗ୍ନିକାଣ୍ଡ; ରେଳ ଷ୍ଟେସନ ନିକଟ ୱାନ-ଏ ଟ୍ରାକରେ ଲାଗିଗଲା ନିଆଁ

ପୁରୀ: ପୁରୀକୁ ଛାଡ଼ୁନି ଅଗ୍ନି ବିତ୍ପାତ । ପ୍ରଥମେ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ, ପରେ  ନୀଳାଦ୍ରି କମ୍ପେ୍ଲକ୍ସ ପରେ ଏବେ ରେଳ ଷ୍ଟେଶସନରୱାନ-ଏ ଟ୍ରାକରେ ଲାଗି ଯାଇଛି ନିଆଁ । ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟଣା ଏବେ ସହରବାସୀଙ୍କୁ ଭୟଭୀତ କରି ଦେଇଛି ।

ଆଜି ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକରେ ନିଆଁ ଲାଗିଛି । ଏହାପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଅଗ୍ନିଶମ ବାହୀନି ନିଆଁକୁ ଆୟତ କରିଥିବା ବେଳେ ଟ୍ରାକରେ ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଷ୍ଟେସନ ମ୍ୟାନେଜର ଓ ରେଳବାଈ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏକ ଅଳିଆ ଗଦାରେ ନିଆଁ ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଛି । ତେବେ ଅଗ୍ନିଶମ ବାହିନୀ ତୁରନ୍ତ ପହଂଚି ନିଆଁ କୁ ଆୟତ କରିଛି । ଫଳରେ ପୁଣି ଏକ ଅଘଟଣ ଟଳି ଯାଇଛି। ଏକ ନମ୍ବର ପ୍ଳାଟଫର୍ମରେ ଏକ ଇଞ୍ଜିନ ରହିଥିଲା। ସୌଭାଗ୍ୟବଶତଃ ଏଥିରେ ନିଆଁ ଲାଗି ନାହିଁ। ତେବେ ଏହି ଘଟଣା ପରେ ଇଞ୍ଜିନକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଏହା ପୂର୍ବରୁ  ମରିଚିକୋଟ ଛକ ସ୍ଥିତ  ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସରେ ନିଆଁ ଲାଗି ଯାଇଥିଲା । ଦୀର୍ଘ ୩୬ ଘଣ୍ଟା ପରେ ଏହି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ । ଏହା ପରେ ଗତକାଲି ଅର୍ଥାତ ଶୁକ୍ରବାର ପୁରୀର ଆଉ ଏକ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ଘଟିଥିଲା ।  ଲକ୍ଷ୍ମୀ ମାର୍କେଟ୍ କମ୍ପେ୍ଲକ୍ସଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ନୀଳାଦ୍ରି କମ୍ପେ୍ଲକ୍ସରେ ଥିବା ଓଡ଼ିଶା ହ୍ୟାଣ୍ଡଲୁମ୍ ଶୋ’ରୁମ ଜଳି ଯାଇଥିଲା ।  ତେବେ  ଖବର ପାଇବା ମାତ୍ରେ ଦମକଳ ବାହିନୀ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ ।   ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

 

Leave A Reply

Your email address will not be published.