Latest Odisha News

BREAKING NEWS

୩୫ ଫୁଟ ଉଚ୍ଚ ଛାତରୁ ଖସି ପଡ଼ିଥିଲେ ଛାତ୍ରୀ; ଚାଲିଗଲା ଜୀବନ  

କେନ୍ଦୁଝର:ବଡବିଲରୁ ଆସିଛି ଏକ ଦୁଃଖଦ ଖବର । ଗତକାଲି ରାତିରେ ୩୫ ଫୁଟ ଉଚ୍ଚ ଛାତରୁ ଖସି ପଡ଼ିଥିଲେ ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ  । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ  ପହଞ୍ଚିବା ବେଳକୁ  ତାଙ୍କୁ ମୃତ୍ୟୁ ଘଟିସାରିଥିଲା  । ମୃତ ଛାତ୍ରୀ ହେଲେ  ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ରହୁଥିବା ସବଲ ଝା’ଙ୍କ ବଡ଼ ଝିଅ ରୁଚି ।

ସବଲ ଝା  ଏକ ଘରୋଇ ଖଣି କମ୍ପାନୀର ଅଧିକାରୀ ଭାବେ କାମ କରନ୍ତି ।  ପ୍ରାୟ ବର୍ଷେ ହେବ ପରିବାର ସହ ଶ୍ରୀରାମ ନଗର ଅଞ୍ଚଳର ସଞ୍ଜୀବ କୁମାର ମିଶ୍ରଙ୍କ ଉପର ମହଲାରେ ଘର ଭଡ଼ାରେ ରହି ଆସୁଥିଲେ ସବଲ ଝା। ଗତକାଲି ରୁଚି ଛାତ ଉପରେ ଥିବାବେଳେ ହଠାତ୍‌ ତଳକୁ ଖସି ପଡ଼ିଥିଲେ ।

ତଳ ମହଲାରେ ରହୁଥିବା ଘର ମାଲିକଙ୍କ କହିବା  ଅନୁଯାୟୀ, ସେମାନେ ଘରେ ଶୋଇଥିଲେ । ହଠାତ କିଛି ପଡିବା ଶବ୍ଦ ଶୁଣି ସେ ବହାରକୁ ଆସି ଦେଖିଥିଲେ, ରୁଚି ତଳେ ବେଳକୁ ରକ୍ତ ଜୁଡୁବୁଡୁ  ଅବସ୍ଥାରେ ପଡ଼ିଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ରୁଚିଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବଡ଼ବିଲ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ରୁଚି ଛାତ ଉପରୁ କିପରି ଖସିଲେ ତାହା ଏବେ ବି ଅସ୍ପଷ୍ଟ । ବଡ଼ବିଲ ପୋଲିସ୍ ଘଟଣାର ତଦନ୍ତ କରୁଛି।

 

Leave A Reply

Your email address will not be published.