Latest Odisha News

BREAKING NEWS

ସାଂସଦଙ୍କ ମହାନତା, ବୃଦ୍ଧ ଟ୍ରଲି ଚାଳକର ଦୁଃଖ ବୁଝିଲେ ଅନୁଭବ

ଭୁବନେଶ୍ୱର : ଦୁଃଖ ଅନୁଭବ କଲେ ଅନୁଭବ, ରଖିଲେ ପ୍ରତିଶୃତି ! ଦେଇଥିବା କଥା ମୁତାବକ ସାଂସଦ ବଢାଇଛନ୍ତି ସାହାଯ୍ୟର ହାତ । ସାଲେପୁର ଅଞ୍ଚଳର ୭୦ ବର୍ଷୀୟ ବୃଦ୍ଧ‌ ଟ୍ରଲି ଚାଳକ ଅର୍ଜୁନି ସାମଲଙ୍କୁ ସାହାଯ୍ୟ କରି ଏବେ ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ।

ସୂଚନା ମୁତାବକ, ସାଂସଦ ଅନୁଭବ ମହାନ୍ତି ସାଲେପୁର ଅଞ୍ଚଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ନଜର ପଡ଼ିଥିଲା ଏହି ବୃଦ୍ଧ ଟ୍ରଲି ଚାଳକଙ୍କ ଉପରେ । ବୃଦ୍ଧ ଜଣକ ବହୁ କଷ୍ଟରେ ଭଙ୍ଗା ଟ୍ରଲିଟିକୁ ଟାଣିଟାଣି ନେଉଥିବା ବେଳେ ସାଂସଦ ଅନୁଭବ ମହାନ୍ତିଙ୍କ ନଜର ଏହି ବୃଦ୍ଧଙ୍କ ଉପରେ ପଡ଼ିଥିଲା । ସେ ତୁରନ୍ତ ତାଙ୍କ ପାଖକୁ ଯାଇ ବୃଦ୍ଧଙ୍କ ଦୁଃଖ ଶୁଣିଥିଲେ  ।

ଏହି ଟ୍ରଲି ଚାଳକ ଜଣକ ହେଉଛନ୍ତି ଲୁଣାହାର ଗାଁର ଅର୍ଜୁନି ସାମଲ । ସେ ଏହି ବୃଦ୍ଧ ବୟସରେ ଟ୍ରଲି ଟାଣି ଯାହା  ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହୋଇଥାଏ । ଅର୍ଜୁନିଙ୍କ ପରିବାର ପ୍ରତିପୋଷଣ କରୁଥିବା ଏହି ଟ୍ରଲିଟି କିଛି ମାସ ତଳେ ଭାଙ୍ଗି ଯାଇଥିଲା । ଭଙ୍ଗା ଟ୍ରଲିକୁ ଧରି କାର୍ଯ୍ୟ କରିବାକୁ ଅର୍ଜୁନିଙ୍କ ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ବହୁ କଷ୍ଟରେ ଏହି ଟ୍ରଲିକୁ ଟାଣି ପରିବାର ପ୍ରତିପୋଷଣ କରୁଥିବା ସାଂସଦ ଅନୁଭବ ମହାନ୍ତିଙ୍କ ନିକଟରେ ନିଜର ଦୁଃଖ ପ୍ରକାଶ କରିଥିଲେ । ବୃଦ୍ଧଙ୍କଠାରୁ ଏହା ଶୁଣି ଭାବ ବିହ୍ୱଳ ହୋଇଯାଇଥିଲେ ସାଂସଦ  । ଆଉ ସଙ୍ଗେ ସଙ୍ଗେ ନୂତନ ଟ୍ରଲି ପାଇଁ ଅର୍ଥ ପ୍ରଦାନ କରିବା ସହ ଅନ୍ୟ ଆବଶ୍ୟକତା ମଧ୍ୟ ସେ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଏବେ ବିଭିନ୍ନ ମହଲରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଏହି ଉଦାରତାକୁ‌ ନେଇ ପ୍ରଶଂସାର ସୁଅ ଛୁଟିଛି  ।

 

Leave A Reply

Your email address will not be published.