ନୂଆଦିଲ୍ଲୀ: ଦିଲ୍ଲୀରେ, କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଦିଲ୍ଲୀ ସରକାର। ସେମାନଙ୍କ ଲାଗି ହୋମ୍ କ୍ବାରେଣ୍ଟାଇନ୍ରେ ରହିବା ସମୟରେ ସ୍ୱତନ୍ତ୍ର ଯୋଗ ଏବଂ ପ୍ରାଣାୟାମର ବ୍ୟବସ୍ଥା କରାଯିବ। ଏଥିପାଇଁ ରୋଗୀମାନଙ୍କୁ ଏକ ଲିଙ୍କ୍ ପଠାଯିବ, ଯେଉଁଥିରେ ସେମାନେ ସେମାନଙ୍କର ସୁବିଧା ଏବଂ ସମୟ ଅନୁସାରେ ପଞ୍ଜୀକରଣ କରିପାରିବେ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କହିଛନ୍ତି ଯେ ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢୁଛି, ଦିଲ୍ଲୀରେ ମଧ୍ୟ ମାମଲା ବଢୁଛି, କିନ୍ତୁ ଗତ ଦୁଇ ତିନି ଦିନ ଧରି ଦିଲ୍ଲୀରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମନ୍ଥର ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ନୂଆ ପଦେକ୍ଷପ ଦ୍ବାରା ହୋମ୍ କ୍ବାରେଣ୍ଟାଇନ୍ରେ ରହୁଥିବା ସମସ୍ତ କରୋନା ସଂକ୍ରମିତ ରୋଗୀ ଶୀଘ୍ର ସୁସ୍ଥ ହୋଇପାରିବେ।
କେଜ୍ରିୱାଲ କହିଛନ୍ତି ଯେ ଯୋଗ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଆସନ୍ତାକାଲି ଠାରୁ ବିଭିନ୍ନ ବ୍ୟାଚ୍ ରେ କ୍ଲାସ୍ ଆରମ୍ଭ ହେବ ବୋଲି ସେ କହିଛନ୍ତି। ପ୍ରତିଦିନ ୮ ଟି କ୍ଲାସ୍ ହେବ। ରୋଗୀମାନେ ଯେକୌଣସି ଶ୍ରେଣୀ ପାଇଁ ମାଗଣାରେ ପଞ୍ଜୀକୃତ କରିପାରିବେ। ଏହି କ୍ଲାସ୍ରେ, ୪୦,୦୦୦ ରୋଗୀ ଏକାସାଙ୍ଗରେ ଯୋଗ କରିପାରିବେ।
Comments are closed.