Latest Odisha News

BREAKING NEWS

ନୂଆ କରି ଯୋଗ କରୁଥିଲେ ଧ୍ୟାନରେ ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ନିୟମିତ ଯୋଗ କରିବା ଦ୍ୱାରା ଶାରୀରିକ, ମାନସିକ ଭାବେ ଆମେ ସୁସ୍ଥ ରହିଥାଉ । ଯୋଗ ଶରୀରକୁ ନିରୋଗ ରଖିବା ସହ ମନକୁ ସୁସ୍ଥ ଓ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଯଦି ଆପଣ ନୂଆ କରି ଯୋଗ କରିବା ଆରମ୍ଭ କରିଛନ୍ତି, ତା ହେଲେ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଜାଣନ୍ତୁ ଏହିସବୁ ବିଷୟରେ..

ଆପଣ ପ୍ରଥମେ ସ୍ଥିର କରିବା ଦରକାର ଯେ, ଆପଣ କ’ଣ ପାଇଁ ଯୋଗ କରିବାକୁ ଚାହୁଁଛନ୍ତି।

ଆପଣଙ୍କ ସମସ୍ୟା ସମାଧାନ ଲାଗି କେଉଁ ଯୋଗ ସର୍ବୋକୃଷ୍ଟ। ଏହାକୁ କରିବାର ପ୍ରଣାଳୀ କ’ଣ। ଏ ବିଷୟରେ ଆପଣଙ୍କର ଯଦି ଜ୍ଞାନ ନାହିଁ, ତେବେ ସର୍ବ ପ୍ରଥମେ ପ୍ରଶିକ୍ଷଣ ନିଅନ୍ତୁ। ନଚେତ ଭୁଲ ଯୋଗ ମୁଦ୍ରା କଲେ ଠିକ୍‌ ପରିବର୍ତ୍ତେ ଭୁଲ ଫଳ ପାଇବେ।

ଯୋଗ କରିବା ନିମନ୍ତେ ଶୁଦ୍ଧ ବାୟୁ ଚଳାଚଳ କରୁଥିବା ଖୋଲା ପଡିଆକୁ ବାଛନ୍ତୁ। ଯୋଗ କରିବା ସମୟରେ ଟାଇଟ୍‌ ପୋଷାକ ପିନ୍ଧିବା ଉଚିତ ନୁହେଁ। ଏହି ସମୟରେ ସବୁବେଳେ ଚେଷ୍ଟା କରିବେ, ଢିଲା ଓ ସୁତା କପଡା ପିନ୍ଧିବା ଲାଗି। ଏହି ସମୟରେ ଆପଣଙ୍କର ଝାଳ ମଧ୍ୟ ବାହାରିବ। ତେଣୁ ଏପରି ଡ୍ରେସ୍‌ ପିନ୍ଧନ୍ତୁ, ଯେଉଁଥିରେ ଆପଣ ଆରାମ ଭାବେ ବିଭିନ୍ନ ମୁଦ୍ରା ଓ ଆସନ କରି ପାରିବେ।

ଯୋଗର କେଉଁ ମୁଦ୍ରା କେତେ ସମୟ ପର୍ଯ୍ୟନ୍ତ କରିବା ଆବଶ୍ୟକ, ସେ ବିଷୟରେ ଆପଣଙ୍କର ଜ୍ଞାନ ରହିବା ଆବଶ୍ୟକ। ଯୋଗ କେବେ ବି ଜଲଦି ଭାବେ କରନ୍ତୁ ନାହିଁ। ଏହା ଲାଗି ଆପଣ ସମୟ ବାହାର କରି ସ୍ଥିର ମନରେ କରନ୍ତୁ । ଯୋଗ କରିବା ସମୟରେ ମନକୁ ସ୍ଥିର ରଖନ୍ତୁ। ଅସ୍ଥିର କିମ୍ୱା ଚଳଚଞ୍ଚଳ ହୁଅନ୍ତୁ ନାହିଁ।

ଯୋଗ କରିବା ସମୟରେ ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ଅଟେ। କୁହାଯାଏ ଆପଣ ନେଉଥିବା ନିଶ୍ୱାସ ହିଁ ଯୋଗର ଚାବି କାଠି। ତେଣୁ ନୂଆ କରି ଯୋଗ ଆରମ୍ଭ କରୁଥିଲେ, ଏହାର ପ୍ରଶିକ୍ଷଣ ନେବା ସହ ବିଭିନ୍ନ ମୁଦ୍ରା ଓ ଯୋଗାଭ୍ୟାସ ସମ୍ପର୍କରେ ଠିକ୍‌ ଭାବେ ଜାଣି ନିଅନ୍ତୁ।

ଯୋଗର ସବୁ ପ୍ରକ୍ରିୟାକୁ ଆରାମରେ ଓ ଶାନ୍ତିପୂର୍ଣ୍ଣ ଭାବେ କରନ୍ତୁ। ଏଥିଲାଗି ସର୍ବପ୍ରଥମେ ନିଜ ଶରୀର ଓ ମନକୁ ପ୍ରସ୍ତୁତ ରଖନ୍ତୁ।

 

Comments are closed.