Latest Odisha News

BREAKING NEWS

ଘରୁ ବାହାରକୁ ଯିବା ପୂର୍ବରୁ କାହିଁକି ଖାଆନ୍ତି ଦହି-ଚିନି, ଜାଣନ୍ତୁ

ଭୁବନେଶ୍ୱର: କୌଣସି କାମ ସଫଳ ହେବାରେ ବାଧା ସୃଷ୍ଟି ହେଉଥିଲେ ଘରୁ ବାହାରିବା ପୂର୍ବରୁ ଦହି-ଚିନି ଖାଇ ଯିବାକୁ ଜ୍ୟେଷ୍ଠ ଲୋକ ମାନେ ପରାମର୍ଶ ଦିଅନ୍ତି । ବାହାରକୁ ଯିବା ପୂର୍ବରୁ ଦହି-ଚିନି ଖାଇ ଗଲେ ନହେଉଥିବା କାମ ବି ହୋଇଯାଏ ବୋଲି ବିଶ୍ୱାସ ରହିଛି । ଏହି ପୁରାତନ ଲୋକକଥାକୁ ଆଜିବି ଆମେ ପାଳନ କରିଛନ୍ତି । କିନ୍ତୁ କଣ ରହିଛି ଏହା ପଛର ବୈଜ୍ଞାନିକ କାରଣ ଜାଣନ୍ତୁ…

ଆମେ ବାହାରକୁ ଯିବାବେଳେ ଶକ୍ତିର ଆବଶ୍ୟକତା ହୋଇଥାଏ । ଦହି ଖାଇବା ଦ୍ୱାରା ଆମ ଶରୀରକୁ ତ୍ବରିତ ଶକ୍ତି ବା ଷ୍ଟାମିନା ମିଳିଥାଏ ।

ଚିନିରେ ସର୍କରା ରହିଛି ଯାହାକି ଶରୀରକୁ ଶକ୍ତି ଯୋଗାଇଥାଏ । ଖରାରେ ଘରୁ ବାହାରିବା ପୂର୍ବରୁ କିଛି ମାତ୍ରାରେ ଚିନି ଖାଇ ବାହାରିଲେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇନଥାଏ ।

ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏହା ଛଡା ଦହିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି-୬ ଏବଂ ବି-୧୨ ଭଳି ପୋଷଣ ତତ୍ୱ ରହିଛି ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଦିନକୁ ୨୦୦ ଗ୍ରାମ ଦହି ଖାଇଲେ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ମଧ୍ୟ ବଢିଥାଏ |

Leave A Reply

Your email address will not be published.