Latest Odisha News

ଏହି ରାଜ୍ୟରେ ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ମେ ୧ରୁ ଆରମ୍ଭ ହେବନି ଟିକାକରଣ ଅଭିଯାନ

ମଧ୍ୟପ୍ରଦେଶ: ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଟିକାକରଣ ଅଭିଯାନ ମଧ୍ୟପ୍ରଦେଶରେ ମେ ୧ ରୁ ଆରମ୍ଭ ହେବ ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଉତ୍ପାଦକମାନେ ଠିକ୍ ସମୟରେ ଟିକା ଯୋଗାଇ ପାରିବେ ନାହିଁ ଯେଉଁଥିପାଇଁ ମେ ୧ରୁ ଏହି ଅଭିଯାନ ଆରମ୍ଭ ହୋଇପାରିବ ନାହିଁ।

ସେ ଆହୁରି କହିଛନ୍ତି ‌ଯେ ୪୫ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ଜାରି ରହିବ।

କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ କରିବା ପରେ ଆମେ ଜାଣିଲୁ ଯେ ସେମାନେ ମେ ୧ ରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆମକୁ ଡୋଜ ଦେବାରେ ଅସମର୍ଥ। ସେଥିପାଇଁ ଏହି ଟିକାକରଣ ଅଭିଯାନ ମେ ୧ରୁ ଆରମ୍ଭ ହୋଇପାରିବ ନାହିଁ।

ସେ ଏହା ମଧ୍ୟ କହିଛନ୍ତି ଯେ, ” ମେ ୩ ସୁଦ୍ଧା ଟିକା ଆମ ପାଖରେ ପହଞ୍ଚିପାରେ। ଏହା ପରେ ଆମେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିପାରିବୁ ବୋଲି ସେ ଆଶା ବ୍ୟକ୍ତ ମରିଛନ୍ତି।”

Leave A Reply

Your email address will not be published.