Latest Odisha News

ଭାରତରେ କେବେ ଏବଂ କେଉଁଠାରେ ହେବ ଓସ୍କାର ୨୦୨୪ର ଲାଇଭ ଷ୍ଟ୍ରିମିଂ, ଜାଣନ୍ତୁ

ନୂଆଦିଲ୍ଲୀ: ୯୬ତମ ଏକାଡେମୀ ପୁରସ୍କାର ଯେତିକି ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢୁଛି | ବହୁ ପ୍ରତୀକ୍ଷିତ ପୁରସ୍କାର କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରେ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡର ପ୍ରେସଟିଜିଅସ ଡଲବି ଥିଏଟରରେ ଅନୁଷ୍ଠିତ ହେବ । ଚତୁର୍ଥ ଥର ପାଇଁ ହାସ୍ୟ ଅଭିନେତା ଜେମି କିମେଲ ଓସ୍କାର ୨୦୨୪ର ଗ୍ଲାମରରେ ଭରପୂର ସନ୍ଧ୍ୟାର ହୋଷ୍ଟ କରିବେ । ତେବେ ଏହି ଗ୍ରାଣ୍ଡ ନାଇଟର ସୋ ଦେଖିବାକୁ ଚାତକ ପରି ଚାହିଁ ବସିଛନ୍ତି ଭାରତୀୟ ଦର୍ଶକମାନେ । ତେବେ ଆସନ୍ତୁ ଜାଣିବା ଓସ୍କାର ୨୦୨୪ର ଲାଇଭ୍ ଷ୍ଟ୍ରିମିଂ ଭାରତରେ କେବେ ଏବଂ କେଉଁଠାରେ ହେବ?

ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର ୨୦୨୪’ ଆସନ୍ତାକାଲି ରାତିରେ ଆମେରିକାର କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଅନୁଷ୍ଠିତ ହେବ | ଭାରତୀୟ ଦର୍ଶକମାନେ ସୋମବାର ସକାଳେ ଅର୍ଥାତ୍ ୧୧ ମାର୍ଚ୍ଚରେ ଏହି ପୁରସ୍କାର କାର୍ଯ୍ୟକୁମକୁ ଦେଖିପାରିବେ । ତେବେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାର ଓସ୍କାରର ଷ୍ଟ୍ରିମିଂ କରିବ । ଷ୍ଟାର୍ ମୁଭିସ୍, ଷ୍ଟାର୍ ମୁଭିସ୍ HD ଏବଂ ଷ୍ଟାର୍ ୱାର୍ଲ୍ଡରେ ମଧ୍ୟ ସକାଳ ୪ ଟାରେ ଏହି ସୋର ସିଧା ପ୍ରସାରଣ କରାଯିବ | ଯେଉଁମାନେ ୯୬ ତମ ଏକାଡେମୀ ପୁରସ୍କାରର ଲାଇଭ୍ ଟେଲିକାଷ୍ଟ ଦେଖିବାରେ ବଞ୍ଚିତ ହେବେ, ସେମାନେ ଏହି ପୁରସ୍କାର କାର୍ଯ୍ୟକ୍ରମ ସନ୍ଧ୍ୟାରେ ପୁନର୍ବାର ଏହି ଚ୍ୟାନେଲଗୁଡ଼ିକରେ ଦେଖିପାରିବେ ।

ସୂଚନାଯୋଗ୍ୟ ଯେ, ଡିଜନି ପ୍ଲସ୍ ହଟଷ୍ଟାର୍ ଆନୁଷ୍ଠାନିକ ଭାବରେ ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଓସ୍କାରର ଲାଇଭ୍ ଷ୍ଟ୍ରିମିଂ ଘୋଷଣା କରି ଦର୍ଶକଙ୍କୁ ଏକ ଗ୍ଲାମରସ୍ ସକାଳ ପାଇଁ ପ୍ରସ୍ତୁତ ହେବାକୁ କହିଥିଲା। ଡିଜନି ପ୍ଲସ୍ ହଟଷ୍ଟାର୍ ଇନଷ୍ଟାଗ୍ରାମରେ ଏକ ରିଲ୍ ମାଧ୍ୟମରେ ଏହା ଘୋଷଣା କରିଥିଲା । ଯେଉଁଥିରେ ଚଳିତ ବର୍ଷର ଓସ୍କାର ମନୋନୀତ ଚଳଚ୍ଚିତ୍ରର କ୍ଲିପ୍ ଅନ୍ତର୍ଭୁକ୍ତ ଥିଲା ।

 

Comments are closed.