ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଉପରେ କାମ କରୁଥିବା କମ୍ପାନୀ OpenAI ଭାରତରେ ନିଜର ନୂଆ ସବସ୍କ୍ରିପସନ ପ୍ଲାନ୍ ChatGPT Go ଲଞ୍ଚ କରିଛି। ଏହା ଏଯାଏ କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ ହୋଇଥିବା ବେଳେ ଏହାର ମୂଲ୍ୟ ମାସିକ ମାତ୍ର ୩୯୯ ଟଙ୍କା ରହିଛି। କମ୍ପାନୀ କହିଛି ଯେ ଏହି ଅଫର ଖାସ କରି ଭାରତୀୟ ଉପଭୋକ୍ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ଅଧିକ ସଂଖ୍ୟାରେ ଲୋକେ କମ ମୂଲ୍ୟରେ AIର ସୁବିଧା ଉଠାଇପାରିବେ।
ମୁଖ୍ୟ ସୁବିଧା
ChatGPT Go ସବସ୍କ୍ରାଇବରମାନେ ଫ୍ରି ଭର୍ସନର ତୁଳନାରେ ୧୦ ଗୁଣ ଅଧିକ ମେସେଜ ପଠାଇପାରିବେ ଏବଂ ୧୦ ଗୁଣ ଅଧିକ ଇମେଜ ତିଆରି କରିପାରିବେ। ଏହା ସହିତ ଏହାର ରେସପନ୍ସ ଟାଇମ ମଧ୍ୟ ଅଧିକ ଦ୍ରୁତ ହେବ। ଏହି ପ୍ଲାନ ଅନ୍ତର୍ଗତ ଉପଭୋକ୍ତାମାନେ ନିମ୍ନଲିଖିତ ସୁବିଧା ପାଇବେ:
• GPT-5 ମଡେଲକୁ ଏକ୍ସଟେଣ୍ଡେଡ ଆକ୍ସେସ: OpenAIର ଅତ୍ୟାଧୁନିକ ମଡେଲରେ ଅଧିକ ବ୍ୟବହାର।
• ଇମେଜ ଜେନେରେସନ: ବ୍ୟକ୍ତିଗତ ଓ ପ୍ରୋଫେସନାଲ କାମ ପାଇଁ ଅଧିକ ଇମେଜ ତିଆରି।
• ଫାଇଲ ଅପଲୋଡ: ଡକ୍ୟୁମେଣ୍ଟ, ସ୍ପ୍ରେଡସିଟ ଏବଂ ଅନ୍ୟାନ୍ୟ ଫାଇଲ ଅପଲୋଡ ଓ ବିଶ୍ଳେଷଣ।
• ଏଡଭାନ୍ସ ଡେଟା ଏନାଲିସିସ: Python ଟୁଲ୍ସ ସହିତ ଡେଟା ଏକ୍ସପ୍ଲୋରେସନ ଓ ସମସ୍ୟା ସମାଧାନ।
• ଲମ୍ବା ମେମୋରୀ: ଅଧିକ ବ୍ୟକ୍ତିଗତ ଓ ସଂନାଦପୂର୍ଣ୍ଣ ଉତ୍ତର ପାଇଁ ୨ ଗୁଣ ଅଧିକ ମେମୋରୀ।
• ପ୍ରୋଜେକ୍ଟ ଓ ଟାସ୍କ ମ୍ୟାନେଜମେଣ୍ଟ: କାମର ସଂଗଠନ ଏବଂ ଟ୍ରାକିଂ ପାଇଁ ସୁବିଧା।
• କଷ୍ଟମ GPTs: ବ୍ୟକ୍ତିଗତ AI ଟୁଲ୍ସ ତିଆରି ପାଇଁ ସୁବିଧା।
ଅନ୍ୟ ପ୍ରିମିୟମ ପ୍ଲାନ ତୁଳନାରେ ଶସ୍ତା
ବର୍ତ୍ତମାନ OpenAI ଭାରତରେ ଦୁଇଟି ପ୍ରିମିୟମ ପ୍ଲାନ ପ୍ରଦାନ କରୁଛି: ChatGPT Plus, ଯାହାର ମୂଲ୍ୟ ମାସିକ ୧୯୯୯ ଟଙ୍କା ଏବଂ ChatGPT Pro, ଯାହାର ମୂଲ୍ୟ ମାସିକ ୧୯୯୦୦ ଟଙ୍କା। ଏହାର ତୁଳନାରେ ChatGPT Go ଅନେକ ଶସ୍ତା ଓ ସୁଲଭ। ତେବେ, କମ୍ପାନୀ ଏଯାଏ ChatGPT Go ପାଇଁ ସଠିକ ଉପଭୋଗ ସୀମା ସ୍ପଷ୍ଟ କରିନାହିଁ। ଏହା ସହିତ, GPT-5 ଲଞ୍ଚ ସହ ଅନ୍ୟ ପେଡ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଥିବା ChatGPT ପର୍ସନାଲିଟିଜ ଏହି ପ୍ଲାନରେ ଅନ୍ତର୍ଭୁକ୍ତ ନୁହେଁ।
ଭାରତ: OpenAIର ଦ୍ୱିତୀୟ ବୃହତ୍ତମ ବଜାର
ଭାରତ ହେଉଛି OpenAIର ଦ୍ୱିତୀୟ ବୃହତ୍ତମ ବଜାର, ଯେଉଁଠାରେ କୋଟି କୋଟି ଇଣ୍ଟରନେଟ ଉପଭୋକ୍ତା ରହିଛନ୍ତି। ଏହି ଉପଭୋକ୍ତାଙ୍କ ମଧ୍ୟରୁ ଅନେକେ ମୂଲ୍ୟ ପ୍ରତି ସମ୍ବେଦନଶୀଳ। ଏହି ପରିପ୍ରେକ୍ଷୀରେ, OpenAI ବିଶ୍ୱାସ କରୁଛି ଯେ ChatGPT Go ଭାରତରେ ଅଧିକ ଲୋକଙ୍କ ପାଖକୁ ପହଞ୍ଚିବାରେ ସହାୟକ ହେବ। ଏହି ପଦକ୍ଷେପ କମ୍ପାନୀର ବଜାର ରଣନୀତିର ଏକ ଅଂଶ ଅଟେ, ଯାହା ଦ୍ୱାରା ଅଧିକ ସଂଖ୍ୟାରେ ଲୋକେ ଅତ୍ୟାଧୁନିକ AI ଟୁଲ୍ସର ଅନୁଭବ ନେଇପାରିବେ।
BREAKING NEWS
- ସୀମା ସରହଦ ମାନିଲାନି ଭଲପାଇବା: ଓଡ଼ିଆ ପୁଅଙ୍କ ହାତ ଧରିଲେ ପୋଲାଣ୍ଡ ଯୁବତୀ
- ବଜାରରେ ବୁଲୁଛି ନକଲି ନୋଟ୍: ଠକୁ ଠକୁ ଲୋକଙ୍କ ହାବୁଡ଼ରେ ପଡ଼ିଲେ ଠକ
- ଆସାମର ରଡ୍ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ, ୪ ଶ୍ରମିକ ମୃତ
- ଜାତୀୟ ମଞ୍ଚରେ କମାଲ୍ କଲେ ଓଡ଼ିଆ ଝିଅ: ଜ୍ୟୋତିର୍ମୟୀଙ୍କ ମୁଣ୍ଡରେ ‘ଇଣ୍ଡିଆନ୍ ଆଇଡଲ୍’ ମୁକୁଟ
- ରେଲଓ୍ବେ ଲଣ୍ଡ୍ରିକୁ ଆସିଲା ଏଆଇ କ୍ୟାମେରା, ମିଇଳା ଚାଦର ଓ ତକିଆର ସଫେଇର କରିବ ଯାଞ୍ଚ
- ରାଜ୍ୟଗୋଷ୍ଠୀ କ୍ରୀଡା:ୱେଟଲିଫ୍ଟିଂରେ ମୀରାବାଈଙ୍କୁ ହ୍ୟାଟ୍ରିକ ସ୍ୱର୍ଣ୍ଣ
- ବୈଭବ, ମୟଙ୍କଙ୍କ ଚମତ୍କାର ପ୍ରଦର୍ଶନ: ଜିମ୍ବାୱେ ବିପକ୍ଷ ସିରିଜକୁ ୩-୦ରେ ଜିତିଲା ଭାରତ
- ନନ୍ଦନ ନିଲେକାନୀ କିଏ? ଯାହାଙ୍କୁ ମିଳିଛି Exam Reform ର ଦାୟିତ୍ୱ
- ଏଣିକି ଆଉ ଲାଗୁ ହେବନି ଟୋଲ ଟ୍ୟାକ୍ସ ଆଦାୟ କରିବାର ପୁରୁଣା ଫର୍ମୁଲା, ଏହି ନିୟମ ଅନୁସାରେ ହେବ ଆଦାୟ…
- ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଆଘାତ ସମସ୍ୟା କବଳରେ ଟିମ ଇଣ୍ଡିଆ
Comments are closed.