Latest Odisha News

BREAKING NEWS

ରେଲଓ୍ବେ ଲଣ୍ଡ୍ରିକୁ ଆସିଲା ଏଆଇ କ୍ୟାମେରା, ମିଇଳା ଚାଦର ଓ ତକିଆର ସଫେଇର କରିବ ଯାଞ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ରଳରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଅଭିଯୋଗ କରିଥାନ୍ତି ଯେ, ରେଲଓ୍ବେ ସେମାନଙ୍କୁ ମଇଳା ଓ ଦାଗ ଥିବା ଚାଦର ବ୍ୟବହାର ପାଇଁ ଦେଉଛି । ଏବେ ରେଲଓ୍ବେ ଏହି ସମସ୍ୟାକୁ ଦୂର କରିବାକୁ ଏଆଇ କ୍ୟାମେରା ସ୍ଥାପନ କରିବାକୁ ଯାଉଛି । ଟ୍ରେନ୍‌ରେ ଯାତ୍ରୀଙ୍କୁ ଦିଆଯାଉଥିବା ଚାଦର ଓ ତକିଆ ଭଲ ଭାବରେ ସଫା ହେଉଛି କି ନାହିଁ ସେନେଇ ଲଣ୍ଡ୍ରିରେ ଧୂଳି ଚାଦର ଓ ତକିଆର ସଫେଇର ଯାଞ୍ଚ ଏଆଇ କରିବ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ତେବେ ପୁଣେ, ଜୟପୁର ଓ ଯୋଧପୁର ମଣ୍ଡଳର ଲଣ୍ଡ୍ରିରେ ଏହାକୁ ପ୍ରଥମେ ସ୍ଥାପନା କରାଯାଇଛି । ଏହା ବ୍ୟତୀତ ମ୍ୟାକେନାଇଜଡ୍ ଲଣ୍ଡ୍ରିରେ କପଡାର ସଫା ଓ ଚମକ ମାପିବା ପାଇଁ Whito-Meters ମଧ୍ୟ ବ୍ୟବହାର ମଧ୍ୟ କରାଯାଉଛି । ଏହା ଏକ ପ୍ରକାର ଡିଭାଇସ୍, ଯାହାଦ୍ବାରା କପଡା ଧଳା ଓ ସଫେଇ ମପା ଯାଇଥାଏ । ପକ୍ରିୟା ଉପରେ ନଜର ରଖିବା ପାଇଁ ଲଣ୍ଡ୍ରିରେ ସିସିଟିଭି କ୍ୟାମେରା ବି ଲଗାଯାଇଛି ।

ଏହି ସିଷ୍ଟମ ବହୁତ ସହଜରେ ଚା ଦାଗ, ତେଲ, ଜଙ୍କ୍ ଫୁଡ୍ ଏବଂ ଅନ୍ୟ ଜିନିଷର ଛୋଟ ଦାଗ ବି ଚିହ୍ନଟ କରିପାରିବ। ଏଭଳି ସ୍ଥିତିରେ ଯଦି କୌଣସି କପଡା ଧାର୍ଯ୍ୟ ଷ୍ଟାଣ୍ଡାର୍ଡଠାରୁ କମ୍ ସଫା ମିଳେ, ତେବେ ସିଷ୍ଟମ ତାକୁ ରିଜେକ୍ଟ କରିଦିଏ। ଏହାର ଲାଭ ଏହା ଯେ, ଖରାପ କପଡା ନିଜକୁ ନିଜେ ସିଷ୍ଟମରୁ ବାହାର ହୋଇଯିବ।

ଏଆଇ କ୍ୟାମେରା କପଡାର ସଫା ଚେକ୍ କରିବା ପାଇଁ କ୍ୟାମେରାକୁ ଓ୍ବାଶିଂ ଓ ଫିନିଶିଂ ଲାଇନ୍ ଲଗାଯିବ। ସଫେଇ ପରେ ଯେତେବେଳେ ଚାଦର କିମ୍ବା ତକିଆ କନଭେୟର ବେଲ୍ଟ ଦେଇ ଯାଇଥାଏ ତେବେ ଏହି କ୍ୟାମେରା ପ୍ରତି କପଡାର ହାଇ-ରିଜୋଲ୍ୟୁସନ୍ ଫଟୋ ନେଇଥାଏ । ଏହାପରର କାମ ଏଆର ରହିଥାଏ, ଯାହାକୁ ହଜାର ହଜାର ସଫା ଓ ଧଳା ଦାଗ ଥିବା କପଡାର ଡାଟା ଉପରେ ଟ୍ରେନିଂ ମିଳିଥିବ।

Leave A Reply

Your email address will not be published.