Latest Odisha News

BREAKING NEWS

ଯୁବ ଶିଳ୍ପୀ ବିଶ୍ବଜିତଙ୍କ ଚମତ୍କାର କଳାକୃତି; ଆଇସକ୍ରିମ କାଠିରେ ନିର୍ମାଣ କଲେ ରଥ

ପୁରୀ: ଆଉ ଦୁଇ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ସେନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଚଳଚଞ୍ଚଳ ସମଗ୍ର ପୁରୀ ସହର । ଏହି ସମୟ ମଧ୍ୟରେ ପୁରୀର ଜଣେ ଯୁବ ଶିଳ୍ପୀ ନୂତନ ଆଇସକ୍ରିମ କାଠି ବ୍ୟବହାର କରି ଏକ ସୁନ୍ଦର କୁନି ରଥ ଟିଏ ପ୍ରସ୍ତୁତ କରିଛନ୍ତି ଯାହା ଖୁବ ସୁନ୍ଦର ଓ ମନୋରମ ହୋଇଛି । ତାଙ୍କର ଏହି କଳାକୃତି ସମସ୍ତଙ୍କ ମନକୁ ବେଶ ପ୍ରଭାବିତ କରିଛି ।

ଜଣେ ଆଇସକ୍ରିମ କାଠି କଳାକାର ଭାବରେ ଯୁବ ଶିଳ୍ପୀ ବିଶ୍ୱଜିତ୍ ନାୟକ ନୂତନ ଆଇସକ୍ରିମ କାଠି, ପବିତ୍ର ତୁଳସୀ ମାଳି (ତୁଳସୀ ମାଳା) ଏବଂ ଅଠା ବ୍ୟବହାର କରି ପ୍ରଭୁ ଜଗନ୍ନାଥ ରଥର ଏକ କ୍ଷୁଦ୍ର ଚିତ୍ର ତିଆରି କରିଛନ୍ତି । ସେ ତିଆରି କରିଥିବା ରଥର ଉଚ୍ଚତା ୮ ଇଞ୍ଚ ଓ ପ୍ରସ୍ଥ ୭ ଇଞ୍ଚ, ମୋଟ ୧୭୫ଟି ଆଇସକ୍ରିମ କାଠି ଏବଂ ୫୫୧ଟି ତୁଳସୀ ମାଳି ବ୍ୟବହାର କରାଯାଇଛି ।

ଏହି ଜଟିଳ କାରିଗରୀକୁ ସମ୍ପୂର୍ଣ୍ଣ କରିବାକୁ ବିଶ୍ବଜିତଙ୍କୁ ୬ ଦିନ ଲାଗିଥିଲା । ଏହି କଳାକୃତି ପାଇଁ ସେ ଦିନକୁ ୮ ରୁ ୧୦ ଘଣ୍ଟା ପରିଶ୍ରମ କରିଛନ୍ତି । ସେ ଏହି ରଥକୁ ଭକ୍ତମାନଙ୍କ ପାଇଁ ଉତ୍ସର୍ଗ କରିଥିବା କହିଛନ୍ତି ।

Comments are closed.