Latest Odisha News

BREAKING NEWS

[ଭିଡ଼ିଓ] ଯୁବ ଶିଳ୍ପୀଙ୍କ ନିଆରା କଳାକୃତି, ଆଇସକ୍ରିମ କାଠି ଚିତ୍ରକଳାରେ ସହିଦଙ୍କୁ ସମ୍ମାନ

ପୁରୀ: ସାଧ଼ାରଣତନ୍ତ୍ର ଦିବସ ଅବସରରେ ନିଆରା କଳାକୃତି । ଏହି ଦିବସ ଅବସରରେ ଦେଶବାସୀଙ୍କୁ୍ ଶୁଭେଚ୍ଛା ଜଣାଇଛନ୍ତି ଜଣେ ଯୁବ ଶିଳ୍ପୀ। ଆଇସକ୍ରିମ କାଠିରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ତିଆରି କରିଛନ୍ତି କଳାକୃତି । ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା ଜଣାଇବା ସହିତ ସହିଦଙ୍କୁୁ ଏହି ଚିତ୍ର କଳାରେ ଦେଇଛନ୍ତି ସମ୍ମାନ।

ପୁରୀ କୁମୁଟିପାଟଣାର ଯୁବଶିଳ୍ପୀ ବିଶ୍ୱଜିତ ନାୟକ। ଇଲେକ୍ଟ୍ରିକାଲ ଡିପ୍ଲୋମାର ତୃତୀୟ ବର୍ଷର ଛାତ୍ର ହେଉଛନ୍ତି ବିଶ୍ୱଜିତ୍। ପାଠ ପଢା ସହିତ ସେ ଚିତ୍ର କଳାରେ ବେଶ୍ ରୁଚି ରଖନ୍ତି ।

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ୬୭୫ଟି ଆଇସକ୍ରିମ୍ କାଠି ନେଇ ଏକ କଳାକୃତି କରିଛନ୍ତି। ୨ଫୁଟ ଉଚ୍ଚତା ବିଶିଷ୍ଟ ଆଉ ୩ଫୁଟ ଚଉଡାରେ ଏହି କଳାକୃତି କରି ସହିଦ ମାନଙ୍କୁୁ ସମ୍ମାନ ଜଣାଇଛନ୍ତି ।

୬ଦିନ ପରିଶ୍ରମ କରି ବିଶ୍ୱଜିତ୍ ଏହି କଳାକୃତି କରି ସହିଦଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

Comments are closed, but trackbacks and pingbacks are open.