Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ ପାଳନ ଲାଗି ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଯେଉଁମାନେ ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ କରିବେ ସେହି ସ୍ଥାନରେ ସର୍ବାଧିକ ପାଇଁ ୫ ଜଣ ଉପସ୍ଥିତ ରହିପାରିବେ ।

ଅପରପକ୍ଷରେ କ୍ଲବ୍, ବେସରକାରୀ ଅନୁଷ୍ଠାନରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ଦିଆଯିବ। ପତାକା ଉତ୍ତୋଳନ ବେଳେ ମାସ୍କ ପିନ୍ଧିବା, ସାନିଟାଇଜ୍ କରାଯିବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି ସବୁ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.