Latest Odisha News

BREAKING NEWS

କେନାଲରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଯାଜପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି  । ଖରସ୍ରୋତା କେନାଲ ରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ ବୋଲି ଜଣାପଡିଛି । ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି  । ପ୍ରିୟରଞ୍ଜନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ସୂଚନା ମୂତାବକ ଗତକାଲି ପ୍ରିୟରଞ୍ଜନ ଘରୁ କେଉଁଆଡେ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ନିରାଶ ହୋଇଥିଲେ । ଆଜି ସ୍ଥାନୀୟ ଲୋକ ମୃତଦେହଟିକୁ  ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ବିଞ୍ଝାରପୁର ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି  । ତେବେ ମୃତଦେହ ବ୍ୟବଚ୍ଛେଦ ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Leave A Reply

Your email address will not be published.