Latest Odisha News

BREAKING NEWS

ପୁରୀ ଅଠରନଳାରେ ଘନ ଘନ ବୋମାମାଡ଼

ପୁରୀ: ରଥଯାତ୍ରା ସରିବା ପରେ ପୁଣି ଅଶାନ୍ତ ହୋଇ ପଡିଛି ପୁରୀ ସହର । ତିନି ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ରାତିରେ ଅଠର ନଳାରେ ଘନ ଘନ ବୋମାମାଡ଼ ହୋଇଛି । ଏକ ଦୋକାନ ଉପରେ ୫ଟି ବୋମାମାଡ଼ କରିଛନ୍ତି କିଛି ଦୁର୍ବୁତ୍ତ ।

ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ । ବାବୁଆ ନାୟକଙ୍କ ଦୋକାନ ଉପରେ ଏହି ବୋମାମାଡ଼ ହୋଇଛି । ପୁରୀ ସଦର ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଛି ।

ବାବୁଆ ନାୟକ କହିଛନ୍ତି, କିଛି ଦିନ ହେବ ଏକ ଜମିକୁ ନେଇ ତାଙ୍କ ସମ୍ପର୍କୀୟଙ୍କ ସହ ବିବାଦ ରହିଥିଲା । ତାପୂର୍ବରୁ ଗଣ୍ଡଗୋଳ ବି ହୋଇଥିଲା। ପୂର୍ବ ରାଗ ରଖି ଦୋକାନ ଉପରେ ବୋମାମାଡ଼ କରି ଭୟଭୀତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଦୁଇ ଦିନ ତଳେ ବାସେଳିସାହି ଥାନା  ବଡ଼ ପୋଖରୀ ଅଞ୍ଚଳରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବା ଘଟଣାରେ ଏଯାଏ ଅଭିଯୁକ୍ତଙ୍କୁ ଧରି ପାରିନି ପୋଲିସ । ଏପଟେ ଅଠରନଳା ବଜାର ଉପରେ ବୋମାମାଡ଼ ସହରରେ ପୋଲସି ପାଇଁ ଚ୍ୟାଲେଞ୍ଜ । ରଥଯାତ୍ରା ପରେ ପୁଣି ପୁରୀ ସହର  ଅଶାନ୍ତ ହୋଇ ପଡିଛି ।

Leave A Reply

Your email address will not be published.