Latest Odisha News

BREAKING NEWS

ଚାଲିଥିଲା କୁମାର ପୂର୍ଣ୍ଣିମା ପ୍ରସ୍ତୁତି: ବିଦ୍ୟୁତ ଆଘାତରେ ଚାଲିଗଲା ଯୁବତୀଙ୍କ ଜୀବନ

କେନ୍ଦୁଝର:ଏପଟେ ଚାଲିଥିଲା କୁମାର ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି । ପଛରେ ଛିଡା ହୋଇଥିଲା ମୃତ୍ୟୁ ଦୂତ । ଗୋଟିଏ ମୁହୂର୍ତ୍ତରେ କୁମାର ପୂର୍ଣ୍ଣିମାର ଖୁସି ମିଳେଇଗଲା । କାନ୍ଦ ବୋବାଳି ପଡିଗଲା । ଅଚାନକ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କର ଅକାଳ ମୃତ୍ୟୁ ଘଟିଲା । ଶନିବାର ଦିନ ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୧୬ ନମ୍ବର ୱାର୍ଡ ଶୈଲଙ୍ଗ ଗାଁରେ । ମୃତା ଯୁବତୀ ହେଲେ ଶୈଳେନ୍ଦ୍ର ଜେନାଙ୍କ ଝିଅ ରଶ୍ମିତା ।

ସାଙ୍ଗମାନଙ୍କ ସହ କୁମାର ପୂର୍ଣ୍ଣିମା ପାଳନ ପାଇଁ ଲାଗି ପଡିଥିଲେ । ଏଥିପାଇଁ ସକାଳୁ ସକାଳୁ ପ୍ରସ୍ତୁତିରେ ଲାଗି ପଡିଥିଲେ । ଏହି ସମୟରେ ରଶ୍ମିତା ସାଉଣ୍ଡ ବକ୍ସ ବଜାଇବା ପାଇଁ ଇଲେକ୍ଟ୍ରି ତାର ଲଗାଉଥିଲେ। ହେଲେ ସାମାନ୍ୟ ଅନ୍ୟମନସ୍କତାଳ ଯୋଗୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମେଡିକାଲକୁ ନିଆଯାଉଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.