Latest Odisha News

BREAKING NEWS

ଛତିଶଗଡରେ ଦୁଇ ଦିନ ଘାଣ୍ଟିବେ ରାହୁଲ, ତୃତୀୟ ଦିନରେ ହେବ ପ୍ରିୟଙ୍କା ଶୋ

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡରେ ରାହୁଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦୁଇଦିନିଆ ଛତିଶଗଡରେ ଗସ୍ତରେ ଯାଇ ପ୍ରଥମ ଦିନରେ ରାହୁଲ ଗାନ୍ଧୀ କାଂକେର ଜିଲ୍ଲାର ଭାନୁପ୍ରତାପପୁରରେ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ଆଦାନୀ ପ୍ରସଙ୍ଗ ଉଠାଇ ସେ ବିଜେପିକୁ ଘେରିଛନ୍ତି। ଦେଶର ଖଣି ଖାଦାନ, ବିମାନବନ୍ଦର, ବନ୍ଦର ଆଦି ସବୁକୁ କିଭଳି ଆଦାନୀଙ୍କ ହାତକୁ ବିଜେପି ଟେକି ଦେଉଛି ସେ କଥା ଉଠାଇଛନ୍ତି ରାହୁଲ।

ଏପରିକି ଦେଶର ଦୁଇ ତିନି ଜଣ ଉଦ୍ୟୋଗପତିଙ୍କ ସ୍ୱାର୍ଥ ପାଇଁ ବିଜେପି ଦେଶର ଗରିବଙ୍କୁ କିଭଳି ହଇରାଣ କରୁଛି ସେ କଥା କହି ବିଜେପିକୁ ଟାର୍ଗେଟ କରିଛନ୍ତି। ଦେଶର ସ୍ୱାର୍ଥ ପାଇଁ କଂଗ୍ରେସ କରିଥିବା ନରେଗା ଯୋଜନାକୁ କିଭଳି ବିଜେପି ଖରାପ କହୁଛି ସେ କଥା ବି ଉଠାଇଛନ୍ତି।

ଅନ୍ୟପକ୍ଷରେ କୃଷକ ତଥା ଶ୍ରମିକ ମାନଙ୍କ ପାଇଁ କଂଗ୍ରେସ ସରକାର କିଭଳି କାମ କରୁଛି ଓ ସରକାର ପୁଣିଥରେ ଆସିଲେ କୃଷି ଋଣ ଛାଡ ସହ ଅନେକ ସହାୟତା ଘୋଷଣା କରାଯାଇଛି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଦୁଇଦିନ ଧରି ଲଗାତର ରାହୁଲ ଛତିଶଗଡ଼ରେ ବ୍ୟାପକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ୨୯ ତାରିଖରେ ରାହୁଲ କବର୍ଧା ଓ ରାଜନାଂଦଗାଁଓ ଜିଲ୍ଲାରେ ହେବାକୁ ଥିବା ଜନସଭାରେ ଯୋଗ ଦେବେ।

ଏପରିକି ଅନ୍ୟ ରାଜ୍ୟ ଭଳି କଂଗ୍ରେସ ରାହୁଲଙ୍କ ଗସ୍ତକୁ ନେଇ ଛତିଶଗଡ଼ରେ ବଡ଼ ମାହୋଲ ତିଆରି କରିବା ସହ ଗ୍ୟାରେଣ୍ଟିକୁ ଗୁରୁତ୍ୱ ଦେଉଛି। ସେପଟେ ୩୦ ତାରିଖରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଛତିଶଗଡ଼ ଗସ୍ତ କରିବେ।

୩୦ ରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦୁର୍ଗ ଜିଲ୍ଲାର ପାଟନ ବିଧାନସଭା ସିଟ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ। ସେଥିରେ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ତେଣୁ ଛତିଶଗଡ଼ରେ ଉଭୟ ରାହୁଲ ଓ ପ୍ରିୟଙ୍କା ଜୋରଦାର ପ୍ରଚାର ମାଧ୍ୟମରେ ମାହୋଲ ତିଆରି କରିବା ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ତେଲେଙ୍ଗାନାରେ ଯେଭଳି ଢଙ୍ଗରେ ଉଭୟ ରାହୁଲ ଓ ପ୍ରିୟଙ୍କା ବିଜୟଭେରୀ ଯାତ୍ରା ମାଧ୍ୟମରେ ଜୋରଦାର କାର୍ଯ୍ୟକ୍ରମ କରିଥିଲେ ସେମିତି ଢଙ୍ଗରେ ଛତିଶଗଡ଼ରେ କଂଗ୍ରେସ ବଡ଼ ପ୍ଲାନ କରିଛି।

ଏପରିକି ତେଲେଙ୍ଗାନାରେ ରାହୁଲ ଲୋକଙ୍କ ସହ ମିଶିବା, ଦୋସା ପ୍ରସ୍ତୁତ କରିବା ଆଦି ଦେଖାଯାଇଥିଲା। ସେମିତି ଢଙ୍ଗରେ ଛତିଶଗଡ଼ରେ ବଡ଼ ବାତାବରଣ ପ୍ରସ୍ତୁତ କରିବାକୁ କଂଗ୍ରେସ ଯୋଜନା କରିଛି।

Leave A Reply

Your email address will not be published.