Latest Odisha News

BREAKING NEWS

ଦେଶରେ ୯୧ ଲକ୍ଷ ପାର କଲା କରୋନା ସଂକ୍ରମଣ, ସୁସ୍ଥହାର ୯୩%

ନୂଆଦିଲ୍ଲୀ: ଦେଶେର କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଆଉ ୪୪ ଲକ୍ଷ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୬ ।

ବଢୁଛି ମୃତ୍ୟୁସଂଖ୍ୟା । ଦେଶରେ ୧ ଲକ୍ଷ ୩୩ ହଜାର ୭୩୮ ଜଣଙ୍କର ଜୀବନ ନେଲାଣି ମହାମାରୀ । ଗତ ୨୪ ଘଣ୍ଟାରେ ୫୧୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତ୍ୟୁହାର ରହିଛି ୧.୪୬% ।
ଏଣିକି ଦୈନିକ ସୁସ୍ଥଙ୍କ ଅପେକ୍ଷା ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସୁସ୍ତ ହୋଇଛନ୍ତି ୪୧ ହଜାର ୨୪ ସଂକ୍ରମିତ । ମୋଟ୍ ସୁସ୍ଥ ସଂଖ୍ୟା ୮୫ ଲକ୍ଷ ୬୨ ହଜାର ୬୪୨କୁ ବୃଦ୍ଧି ପାଇଛି । ଆରୋଗ୍ୟ ହାର ରହିଛି ୯୩.୬୮% । ବର୍ତ୍ତମାନ ୪ ଲକ୍ଷ ୪୩ ହଜାର ୪୮୬ ଆକ୍ଟିଭ୍ କେସ ରହିଛି ।

Leave A Reply

Your email address will not be published.