Latest Odisha News

BREAKING NEWS

ଗଛ ଡ଼ାଳରେ ଷ୍ଟଣ୍ଟ କରିବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା

ଆଜିକାଲି ଜଣେ ସାଧାରଣ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ଏପରିସ୍ଥିତିରେ ସେମାନେ ଭୁଲିଯାଆନ୍ତି ଯେ ସାମାନ୍ୟ ଅସାବଧାନତା ସେମାନଙ୍କ ଉପରେ କେତେ ପ୍ରଭାବ ପକାଇପାରେ । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ଗଛ ଡ଼ାଳରେ ଷ୍ଟଣ୍ଟ୍ କରୁ କରୁ ଡ଼ାଳ ସହ ତଳେ କଚାଡ଼ି ହୋଇ ପଡ଼ିଯାଇଛନ୍ତି । ଏହାକୁ ଦେଖି ଲୋକେ ହସି ହସି ବେଦମ୍ ହୋଇଯାଇଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଷ୍ଟଣ୍ଟ କରିବା ପାଇଁ ଏକ ଗଛ ପାଖକୁ ଯାଉଛନ୍ତି । ଗଛର ଡ଼ାଳରେ ଷ୍ଟଣ୍ଟ ବି ଦେଖାଉଛନ୍ତି । ଏହି ସମୟରେ ହଠାତ୍ ଗଛର ଡ଼ାଳଟି ଭାଙ୍ଗିଯିବାରୁ ଯୁବତୀ ଜଣକ ତଳେ କଚାଡ଼ି ହୋଇ ପଡ଼ିଯାଇଛନ୍ତି । ଫଳରେ ଯୁବତୀଙ୍କ ଦେହରେ ଗଭୀର ଆଘାତ ଲାଗିଛି । ଯନ୍ତ୍ରଣାରେ ଯୁବତୀ ଜଣକ କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଭିଡିଓ ଦେଖିବା ପରେ ଲୋକେ ଯୁବତୀଙ୍କ ଯନ୍ତ୍ରଣା ଅନୁଭବ କରିବା ସହ ହସି ହସି ଗଡିଯାଇଛନ୍ତି । ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବା ବେଳେ ଭାବି ନ ଥିଲେ ଯେ ଏହା ତାଙ୍କ ପାଇଁ ଏତେ ଭାରୀ ପଡ଼ିବ । ଭିଡ଼ିଓ ଦେଖିବା ପରେ ଅନେକ ଥଟ୍ଟା ବି କରିବା ସହ ତାଙ୍କୁ ବେଇଜତି ହେବାକୁ ବି ପଡ଼ିଛି ।

Comments are closed.