ଲକ୍ଷ୍ନୌ : ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ମୀରା ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । କାରଣ ମୀରା ଓ ଶ୍ରୀକୃଷ୍ଣଙ୍କ ଭିତରେ ଥିଲା ଏମିତି ସମ୍ପର୍କ ଯାହା ମଣିଷର ଭାବନାଠାରୁ ବହୁ ଦୂରରେ । ପାଖରେ ନ ପାଉ ଥିଲେ ବି ଜୀବନର ପ୍ରତିଟି ମୁହୂର୍ତ୍ତରେ ମୀରା ଅନୁଭବ କରୁଥିଲେ ପ୍ରଭୁ ଶ୍ରୀକୃଷ୍ଣଙ୍କର ସାନିଧ୍ୟ । ଭାରତୀୟ ସଂସ୍କୃତିକୁ ଜାଣିଥିବା ପ୍ରତ୍ୟେକ ଲୋକ ପ୍ରେମ ସମ୍ପର୍କ କଥା ପଡ଼ିଲେ ଏହି ମୀରା-ଶ୍ରୀକୃଷ୍ଣଙ୍କ ସମ୍ପର୍କର ଆଖ୍ୟା ଦିଅନ୍ତି । ଏବେକାର ସମୟରେ ବି ଆଉ ଜଣେ ଯୁବତୀ ଠିକ୍ ମୀରାଙ୍କ ଭଳି ଶ୍ରୀକୃଷ୍ଣଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ଖାଲି ପ୍ରେମରେ ପଡ଼ି ନାହାନ୍ତି, ବରଂ ଶ୍ରୀକୃଷ୍ଣଙ୍କୁ ବିବାହ ବି କରିଛନ୍ତି । ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶରେ ।
ଉତ୍ତରପ୍ରଦେଶର ଆରୟା ଅଞ୍ଚଳର ରକ୍ଷା ସୋଲାଙ୍କି । ସେ ଜଣେ ଆଇନ ଛାତ୍ରୀ । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଭଲ ପାଉଥିଲେ । ପରେ ହିନ୍ଦୁ ସମାଜର ସମସ୍ତ ରୀତିନୀତି ଅନୁସାରେ ସେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିବାହ କରିଛନ୍ତିି । ରକ୍ଷା ଶ୍ରୀକୃଷ୍ଣଙ୍କ ପ୍ରତିମାକୁ କୋଳରେ ଧରି ବିବାହ କରିଥିଲେ । ଏହି ବିବାହ ଉତ୍ସବରେ ତାଙ୍କ ପରିବାର ଲୋକଙ୍କ ସମେତ ସମ୍ପର୍କୀୟମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା ।
ରକ୍ଷାଙ୍କ ବାପା କହିଛନ୍ତି, ୨୦୨୨ ମସିହାରେ ଝିଅ ତାଙ୍କ ସହ ବୃନ୍ଦାବନ ବୁଲି ଯାଇଥିଲେ । ସେଠାରେ ସେ ଭଗବାନ କୃଷ୍ଣଙ୍କୁ ସବୁକିଛି ବୋଲି ଗ୍ରହଣ କରି ନେଇଥିଲେ । ସେବେଠାରୁ ସେ କୃଷ୍ଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
Comments are closed.