Latest Odisha News

BREAKING NEWS

ଚୁଇଂଗମ୍‌ରେ ବେଲୁନ୍ ପୁଙ୍କି ରୋଜଗାର କରୁଛନ୍ତି ଯୁବତୀ

ଜର୍ମାନୀ: ଲୋକେ ଟଙ୍କା ରୋଜଗାର କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥାନ୍ତି । ତେବେ କେତେବେଳେ, କିପରି, କେଉଁଠାରେ ଓ କାହାର ଭାଗ୍ୟ ଉଜ୍ଜ୍ୱଳ ହେବ କେହି ଜାଣନ୍ତି ନାହିଁ । ଏଭଳି ସ୍ଥିତିରେ ଜର୍ମାନୀର ଜଣେ ମହିଳା ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏତେ ଟଙ୍କା କିପରି ରୋଜଗାର କରୁଛନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ ଆୟର ଉତ୍ସ ଜାଣନ୍ତୁ ।

ଜର୍ମାନୀର ବାସିନ୍ଦା ଜୁଲିଆ । କେବଳ ଚୁଇଂଗମ୍ ଚୋବାଇ ପ୍ରତି ମାସରେ ପ୍ରାୟ ୭୦ ହଜାର ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି । କମ୍ ପରିଶ୍ରମରେ ସେ ବାର୍ଷିକ ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି । ପୂର୍ବରୁ ଜୁଲିଆ ପାର୍ଟ ଟାଇମ୍ ଭାବେ ଏହି କାମ ଆରମ୍ଭ କରିଥିଲେ । କିନ୍ତୁ ଏବେ ଫୁଲ୍ ଟାଇମ୍ କରୁଛନ୍ତି ଏବଂ ଏହାକୁ ଉପଭୋଗ ବି କରୁଛନ୍ତି ।
ବାସ୍ତବରେ, ଜୁଲିଆ ଗୋଟିଏ ଥର ତାଙ୍କ ପାଟିରେ ୩୦ ଟି ଚୁଇଂଗମ୍ ଲଗାଇ ଏକ ବଡ଼ ବେଲୁନ୍ ଫୁଲାଇଥାଏ । ତାଙ୍କର ଏହି କାମ ସୋସିଆଲ ମିଡିଆରେ ଏତେ ପସନ୍ଦ କରାଯାଉଛି ଯେ ଲକ୍ଷ ଲକ୍ଷ ଫଲୋଅର୍ସ ଏହାକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି । ତେଣୁ ସେ ପ୍ରତି ମାସରେ ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ସେ ବେଲୁନ୍ ଫୁଙ୍କିବା ସମୟର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ଏଥିଲାଗି ତାଙ୍କୁ ଦିନକୁ ମାତ୍ର ୪୮୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।
ଏହି ସଫଳତା ସମ୍ପର୍କରେ ଜୁଲିଆ କୁହନ୍ତି, ସେ ଚୁଇଂଗମକୁ ଚୋବାଇ ଚୋବାଇ ବଡ଼ ବଡ଼ ବେଲୁନ କରି ସାଙ୍ଗମାନଙ୍କୁ ଦେଖାନ୍ତି । ତାଙ୍କର ଜଣେ ସାଙ୍ଗ ଏହା କରି ସୋସିଆଲ ମିଡ଼ିଆରେ ସେୟାର କରିବାକୁ ପରାମର୍ଶ ଦେଲେ । ତାଙ୍କ କଥାକୁ ସମର୍ଥନ କରି ଜୁଲିଆ ଚୁଇଂଗମ୍‌କୁ ଚୋବାଇ ବେଲୁନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ । ଏପରି ଦେଖି ଅନେକ ଲୋକ ତାଙ୍କ ଭିଡ଼ିଓକୁ ପସନ୍ଦ କଲେ । ଲୋକେ ଏତେମାତ୍ରାରେ ପସନ୍ଦ କରିବେ ସେ ଜାଣି ନ ଥିଲେ । ଏହା ତାଙ୍କର ରୋଜଗାର ପାଲଟିଯିବ ଭାବିଲେ ସେ ନିଜେ ବି ଆଶ୍ଚର୍ଯ୍ୟ ହୁଅନ୍ତି ।

Leave A Reply

Your email address will not be published.