ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡ଼େ । ଏହାକୁ ଧୁମ୍ଧାମ୍ରେ ପାଳିବା ପାଇଁ ପ୍ରେମୀଯୁଗଳ ପ୍ରସ୍ତୁତ ହେଲେଣି । କିଏ ଦାମି ଉପହାର ଦେବ ତ ଆଉ କିଏ କେଉଁଆଡ଼େ ବୁଲିବାକୁ ଯିବେ ପ୍ଲାନିଂ କରିସାରିଲେଣି । ଥାଇଲ୍ୟାଣ୍ଡର ଏମିତି ଜଣେ ଯୁବକ ଯିଏ ଏହି ଦିନ ନିଜ ପ୍ର୍ରେମିକାଙ୍କ ଆଗରେ ନିଜର ପ୍ରେମ ବ୍ୟକ୍ତ କରିବା ପାଇଁ ୧୪ ଶହ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ।
ଥାଇଲ୍ୟାଣ୍ଡରେ ରୁହନ୍ତି ନାଖୋନ୍ ନାୟୋକ । ଟିକ୍ଟକ୍ରୁ ଜଣେ ଯୁବତୀଙ୍କ ସହ ତାଙ୍କର ପରିଚୟ । ଦିନକୁ ଦିନ ସେମାନଙ୍କ ସମ୍ପର୍କ ନିବିଡ଼ ହେଲା । ଉଭୟେ ଉଭୟଙ୍କୁ ଭଲ ପାଇ ବସିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କେହି କାହାକୁ ଦେଖିନାହାନ୍ତି । କେବଳ ଫୋନ କିମ୍ବା ଭିଡ଼ିଓ କଲରେ କଥାବାର୍ତ୍ତା । ଉଭୟେ ଭାଲେଣ୍ଟାଇନ୍ସ ଡ଼େରେ ଦେଖା କରିବାକୁ ନିଷ୍ପତ୍ତି ନେଲେ । ଯଦି ପ୍ରକୃତରେ ଭଲ ପାଉଥିବ ତାହାହେଲେ ଚାଲି ଚାଲି ମୋ ପାଖରେ ଆସି ଭାଲେଣ୍ଟାଇନ୍ସ ଡ଼େରେ ପହଞ୍ôଚ ପାରିବ ବୋଲି ପ୍ରେମିକା ଜଣକ ମଜାରେ କହିଦେଲେ । ଏଥିରେ ନାଖୋନ୍ ହଁ ମାରିଲେ । ସେଥିଲାଗି ଜାନୁୟାରୀ ୧୪ ତାରିଖରୁ ବାହାରି ପଡ଼ିଛନ୍ତି ନିଜ ପ୍ରେମିକାଙ୍କୁ ଦେଖା କରିବାକୁ । ତାହା ପୁଣି ଶହେ କି ଦୁଇ ଶହ କିଲୋମିଟର ନୁହେଁ ପ୍ରାୟ ୧୪ ଶହ କିଲୋମିଟର । ନାଖୋନ୍ଙ୍କ ଗୋଟିଏ ଲକ୍ଷ୍ୟ ସେ କେମିତି ଫେବୃୟାରୀ ୧୪ ତାରିଖରେ ନିଜ ପ୍ରେମିକାଙ୍କ ପାଖରେ ପହଞ୍ôଚବେ ଓ ଭାଲେଣ୍ଟାଇନ୍ସ ଡ଼େ ପାଳନ କରିବେ ।
BREAKING NEWS
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
Comments are closed.